ଜିଲ୍ଲା ସ୍ଥରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଆଜି ବିଶ୍ବ ଆଦିବାସୀ ଦିବସ । ଏହି ଅବସରରେ ଗଜପତି ଜିଲ୍ଲା ଆର ଉଦୟଗିରିରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ବିଶ୍ବ ଆଦିବାସୀ ଦିବସ ସମାରୋହ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ମାନେ ପାରମ୍ପରିକ ବେଶରେ ସୁସଜ୍ଜିତ ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବାଜାର ତାଳେ ତାଳେ ନାଚଗୀତ କରି ସହର ପରିକ୍ରମା କରିଥିଲେ । ଆଦିବାସୀ ଜନବହୁଳ ଭାବେ ପରିଚିତ ଗଜପତି ଜିଲ୍ଲାର ଆର.ଉଦୟଗିରି , ନୁଆଗଡ଼, ଗୁମ୍ମା ଓ ମୋହନା ବ୍ଳକର ସମସ୍ତ ଜନପ୍ରତିନିଧି ଙ୍କ ସମେତ ଅଞ୍ଚଳର ବହୁ ଆଦିବାସୀ ନେତା ଯୋଗଦେଇ ଏହି ସମାବେଶ ରେ ସାମିଲ ହୋଇଛନ୍ତି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ପୁର୍ବତନ ସାଂସଦ ତଥା ଆଦିବାସୀ ନେତା ପ୍ରଦୀପ ମାଝୀ ଯୋଗଦେଇଥିଲେ । ଆଦିବାସୀ ମାନଙ୍କ ସୁରକ୍ଷା ,ବିକାଶ ତଥା ସେମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଥିବା ନେଇ ମଞ୍ଚାସିନ ଆତିଥିମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିବା ସହ ଆସନ୍ତା ଦିନରେ ଏହାକୁ ବଡଧରଣରେ ପାଳନ କରିବାକୁ ଉପସ୍ଥିତ ଆଦିବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚେୟାରମ୍ୟାନ ଗାଗରା ତିରୁପତି ରାଓ , ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ , ଆର.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲଷ୍ମୀନାରାୟଣ ଶବର , ପୂର୍ବତନ ଜିଲ୍ଲା ପରିସଦ ତଥା ବରିଷ୍ଠ କର୍ମି ଜଗବନ୍ଧୁ ଦାସ ଓ ବ୍ଲକ ସଭାପତି ଭିମ ପାଇକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l


