ଗଣମାଧ୍ୟମକୁ ସ୍ୱାସ୍ଥ୍ୟ କର୍ମୀଙ୍କ ନାଲିଆଖି

ଫୁଲବାଣୀ, (ସୁନିଲ କୁମାର ବେହେରା):ଖବର ପ୍ରକାଶ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶଙ୍କର ଦୋରା ନାମକ ଜଣେ ଦାୟିତ୍ୱ ହୀନତା ସ୍ୱାସ୍ଥ୍ୟ କାର୍ମୀ ସୁପର ଭାଇଜର ନାଲିଆଖି ଦେଖାଇ ଧମକ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବିଲାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସିକାଡ଼ି ଗ୍ରାମରେ ହାଡ଼ଫୁଟି ମିଳିମିଳା ବ୍ୟାପି ଅନେକ ଲୋକ ଅସୁସ୍ଥ ହୋଇଥିବା ବେଳେ।ପ୍ରାୟ ୧୦ ରୁ ୧୫ ଦିନ ବିତିଯାଇଥିଲେ ମଧ୍ୟଏହି ଖବର ସ୍ୱାସ୍ଥ୍ୟ ବିଭାଗ ପାଖରେ ନ ଥିବା ନେଇ ଓ ଗାଁ ଗୁଡ଼ିକୁ ସ୍ୱାସ୍ଥ୍ୟ କାର୍ମୀ ମାନେ ଯାଉ ନ ଥିବା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସଚେତନତା କରୁ ନ ଥିବା ଖବର ୭ ତାରିଖରେ ପ୍ରକାଶ ପାଇଲା ପରେ ତତ୍ପରତା ସହ ସିକାଡ଼ି ଗ୍ରାମକୁ ଯାଇ ପୀଡ଼ିତ ମାନଙ୍କୁ ଔଷଧ ଦେଇଥିଲେ।କିନ୍ତୁ ଆଞ୍ଚଳିକ ରୀତିନୀତି ଅନୁସାରେ ଲୋକେ ଝଡ଼ାଫୁଙ୍କା କରି ଗ୍ରାମଦେବୀ ଠାକୁରାଣୀଙ୍କୁ ଧୂପ ଦୀପ ଦେଇ ଭଲକରିବା ବିଶ୍ୱାସ ଆପଣେଇ କିଛି ଭଲ ମଧ୍ୟ କରିଥିବା କହି ଔଷଧ ଖାଇଲେ ଠାକୁରାଣୀ ଅଶାନ୍ତିହେବେ।ଏହା ସେମାନଙ୍କ ବିଶ୍ୱାସ ଅଟେ।କିନ୍ତୁ ସ୍ୱାସ୍ଥ୍ୟ ବିଭାଗ କର୍ମୀଙ୍କ ନିଜ କର୍ତ୍ତବ୍ୟ ଏଠାରେ ନ କରି ନିଜେ ସୁପର ଭାଇଜର ଶ୍ରୀ ଦୋରା ନିଜ ଦାୟିତ୍ୱ କୁ ଅବହେଳା କରି ଘରେ ବସି ରିପୋଟ ପ୍ରଦାନ କରିବା ଜଣା ପଡ଼ିଯିବା ପରେ ନିଜକୁ ଅସମ୍ଭାଳ ହୋଇ ମତେ ନ କହି କାହିଁକି ଖବର ପ୍ରକାଶ କରି ପକାଇଲ କହି ଟେଲିଫୋନ ମାଧ୍ୟମରେ ଓଡ଼ିଶା ନିୟୁଜ ସାମ୍ବାଦିକ କୁ ନାଲିଆଖି ଦେଖାଇ ଖରାପ ବ୍ୟବହାର କରିଛନ୍ତି।ଏହାହେବା ଦ୍ୱାରା ଜଣେ ସାମ୍ବାଦିକ ସତ୍ୟତା ପ୍ରକାଶ କରି ଏଭଳି ଦୁର୍ବ୍ୟବହାର ହେଇଥିବା ଯୋଗୁଁଏହାକୁ ସାମ୍ବାଦିକ ମହଲରେ ନିନ୍ଦା କରାଯିବା ସହିତ ସ୍ୱାସ୍ଥ୍ୟ କର୍ମୀ ସୁପର ଭାଇଜର ଶ୍ରୀ ଦୋରା ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ