୭୫ତମ ସ୍ଵାଧୀନତା ଦିବସ ଅବସର ରେ ମୋ ଦେଶ- ମୋ ସ୍ୱାଭିମାନ କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ସ୍ଥିତ ଶହିଦ ସୃତି ସଂସଦ ଆନୁକୁଲ୍ୟରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋ ଦେଶ-ମୋ ସ୍ୱାଭିମାନ କାର୍ଯ୍ୟକ୍ରମ ପାଳନ ପାଇଁ ସଂସଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ନିମାପଡ଼ା ବ୍ଲକ ର ବୈଠକ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନିମାପଡ଼ା ଓ ଗୋପ ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ସାଧାରଣ ଲୋକଙ୍କୁ ସାମିଲ କରାଯିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ୧୩ ତାରିଖ ରେ ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସହୀଦ ସ୍ମୃତି ସଂସଦ ନିକଟରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କର ଏକ ଶୋଭାଯାତ୍ରା ବାହାରି ନିମାପଡ଼ା ନଗର ପରିକ୍ରମା କରିବ। ନିମାପଡ଼ା ଓ ଗୋପ ବ୍ଲକର ଏ ୧ ଗ୍ରେଡରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓ ଆଞ୍ଚଳିକ +୨ ଶିକ୍ଷାନୁଷ୍ଠାନ ଗୁଡିକର ଟପର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ପ୍ରସ୍ତୁତି ବୈଠକ ରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ଏସ ଡି ପି ଓ ଦେବାଶିଷ ମିଶ୍ର, ଜଗତ ପ୍ରସାଦ ସାବୁତ, ବ୍ଲକ ଅଧକ୍ଷ ଶଙ୍କର ଭୋଇ ପ୍ରମୁଖ ଯୋଗଦାନ କରି କିପରି କାର୍ଯ୍ୟକ୍ରମ କୁ ସଫଳ କରାଯାଇ ପାରିବ ସେ ଦିଗରେ ସବିଶେଷ ଆଲୋଚନା କରିଥିଲେ।


