କାକଟପୁର ସ୍ବର୍ଣ୍ଣକାର ସଂଘର ବାର୍ଷିକୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସ୍ଥିତ ମୋତି କଲ୍ୟାଣମଣ୍ଡପ ଠାରେ କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ର ୨୭ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇ ଛି । ଏହି ଉତ୍ସବ ରେ ରାଜ୍ୟ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘ ର ସଭାପତି ରମେଶ ଚନ୍ଦ୍ର ସାଥୁଆ, ସ୍ଵାଧୀନତା ସଂଗ୍ରାମୀ ସୋମନାଥ ପାତ୍ର , କାକଟପୁର ବ୍ଲକ ବିଜେଡ଼ି ସଭାପତି ପ୍ରାଣନାଥ ମଲିକ ,ଓଡିଶା ସ୍ବର୍ଣ୍ଣରୌପ୍ୟ ମହାସଙ୍ଘ ର ସମ୍ପାଦକ, ସହ ସମ୍ପାଦକ, ପ୍ରଫୁଲ୍ଲ ସାହୁ, ଅକ୍ଷୟ ସାଥୁଆ, ନେହେରୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଥମେ ସକାଳ ୭ ଟାରେ କାକଟପୁର ମୁଖ୍ୟ ବଜାର ରେ ସ୍ବର୍ଣ୍ଣରୌପ୍ୟ ଶିଳ୍ପୀ ସଙ୍ଘ ତରଫରୁ ସଂହତି ପତାକା ଉତ୍ତୋଳନ ହୋଇଥିଲା । ମୋତି କଲ୍ୟାଣମଣ୍ଡପ ରେ ବାର୍ଷିକ ଉତ୍ସବ କାକଟପୁର ସ୍ବର୍ଣ୍ଣକାର ସଙ୍ଘ ତରଫରୁ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷ ରେ ବୟୋଜ୍ୟେଷ୍ଠ କାରିଗର ମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଜିତ ସାହୁ, ସଞ୍ଜୟ ସାହୁ, ଲିଙ୍ଗରାଜ ସାହୁ, ଆଲୋକ ସାହୁ, ହରେକୃଷ୍ଣ ସାହୁ, ଚିତ୍ତ ସାହୁ, ପ୍ରଦୀପ୍ତ ସାହୁ, ବଞ୍ଚାନିଧି ସାହୁ, କଲ୍ୟାଣ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ