ସ୍ୱର୍ଣ୍ଣକାର ସଂଘ ପକ୍ଷରୁ କ୍ରାନ୍ତି ଦିବସ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ବଜାର ର ସ୍ଵର୍ଣ୍ଣକାର ସଂଘ ପକ୍ଷରୁ ଆଜି କ୍ରାନ୍ତି ଦିବସ ପାଳନ କରା ଯାଇଛି। ପ୍ରାତଃ ରେ ସମସ୍ତ ସ୍ଵର୍ଣ୍ଣ ବ୍ୟବସାୟୀ ଏକତ୍ରିତ ହୋଇ ବଜାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ବ୍ୟବସାୟୀ ମାନଙ୍କ ଗହଣ ରେ ସଂଘ ସଭାପତି ବ୍ରହ୍ମାନନ୍ଦ ସେନାପତି ସଂଘୀୟ ପତାକା ଉତ୍ତୋଳନ କରି ଥିଲେ। ସଂଘ ସଂପାଦକ ରାଜେଶ କୁମାର ସାହୁ, ଉପ ସଭାପତି ଅଜୟ କୁମାର ସାହୁ, ସହ ସଂପାଦକ ବିଜୟ କୁମାର ସେନାପତି, କୋଷାଧ୍ୟକ୍ଷ ପର୍ଶୁରାମ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।


