ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ରାକ୍ଷୀ ବାନ୍ଧିଲେ କୁନି ଝିଅ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଗୁବାରଦିନ ଦେଶରେ ପବିତ୍ର ରାକ୍ଷୀପୂର୍ଣିମା ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନରେ କୁନିକୁନି ଝିଅମାନଙ୍କ ଗହଣରେ ରକ୍ଷା ବନ୍ଧନ ପାଳନ କରିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଏକ ବିଶେଷ ରକ୍ଷା ବନ୍ଧନଭାବେ ମାନାଯାଉଛି କାରଣ ପିଏମଓରେ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମଚାରୀ, ଚପରାସୀ, ମାଳି, ଡ୍ରାଇଭର ପ୍ରମୁଖଙ୍କ କୁନିକୁନି ଝିଅ ମାନେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂତ୍ରରୁ ସୂଚନା ମିଳିଛି। ଏଥିସହ ପିଏମଓ କାର୍ଯ୍ୟାଳୟରୁ ଏକ ଭିଡିଓ ଶେୟାର କରାଯାଇଛି । ଭିଡିଓଟିରେ ପିଏମଓରେ କାର୍ଜ୍ୟ କରୁଥିବା ସଫେଇ କର୍ମଚାରୀ, ସହାୟକ, ମାଳି ଓ ଗାଡ଼ି ଚାଳକଙ୍କ କନ୍ୟାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି । ପୂର୍ବରୁ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦୀ ଟ୍ବିଟ୍ କରି ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।


