ପାରଳାଖେମୁଣ୍ଡି ଶେରସାହିନିକଟସ୍ଥ ରେଳଲାଇନଠାରେ ଟ୍ରେନରେ କଟି ଯୁବକଙ୍କ ମୁତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶେରସାହି ନିକଟରେ ଥିବା ରେଳ ଲାଇନରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୁତ୍ୟୁ ହୋଇଯାଇଥିବା ଜଣାପଡ଼ିଛି l ମୁତ୍ୟୁ ହୋଇଥିବା ଯୁବକଙ୍କ ନାମ ହେଲା ଏମ. ମହେଶ( ୨୮) ବର୍ଷ, ଘର ତେଲଙ୍ଗାନା ରାଜ୍ୟର ନିଜାମାବାଦ ସହର ବୋଲି ଜଣା ପଡିଛି l ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏମ. ମହେଶ କିଛି ଦିନ ହେଲା ପାରଳାଖେମୁଣ୍ଡି ସ୍ଥିତ ତାଙ୍କ ଶଶୁର ଘରକୁ ଆସିଥିଲେ ତାଙ୍କର ସ୍ତ୍ରୀ ଗର୍ଭବତୀ ଥିବା ଯୋଗୁଁ ଗର୍ଭବତୀ ଫଙ୍କସେନ ରେ ଯୋଗ ଦେବାକୁ ଏଠାକୁ ଆସିଥିଲେ l ଗର୍ଭବତୀ ଫଙ୍କସେନ ସରିଲା ପରେ ଆଜି ଭୋରରୁ ଶୌଚ ପାଇଁ ରେଳ ଲାଇନ ପଟେ ଯାଇଥିଲା ରେଳ ଲାଇନ ରେ ଶୌଚ କରୁଥିବା ବେଳେ ଗୁଣୁପୁର ରୁ ଭାୟା ପାରଳାଖେମୁଣ୍ଡି ଦେଇ କଟକ ଯାଉଥିବା ମେମୋ ଟ୍ରେନରେ କଟି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି l ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତିଏଘଟଣାକୁନେଇ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l


