ଗଞ୍ଜାମରେ ରକ୍ତଦାନ ଶିବିରର ୮୫ ୟୁନିଟ ରକ୍ତ ସଂଗୃହୀତ

ଗଞ୍ଜାମ, (ବିନୋଦପଲେଇ):ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ଓ ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଗଂଜାମ ସହରର ଠାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଂଜାମ ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍ ଓ ପିପୁଲ ଫର୍ ଗଞ୍ଜାମ ଆନୁକୂଲ୍ୟରେ ଭାରତୀ ବିଦ୍ୟା ପୀଠ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଗ୍ରାସୀମ ଇଣ୍ଡଷ୍ଟ୍ରିଜର ୟୁନିଟ୍ ମୁଖ୍ୟ ଦିଗ୍ ବିଜୟ ପାଣ୍ଡେ, ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି,ଗଞ୍ଜାମ ବିଡ଼ିଓ ବିଶ୍ଵଜିତ ରାୟଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର,ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ,ଭାରତୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ରେଡ୍ଡୀ ଓ ହାସ୍ୟ ଅଭିନେତା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ଯୋଗଦେଇଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମ, ଭରସା ,ଅପୂର୍ବା, ଗାୟତ୍ରୀ ପରିବାର,ବିଶ୍ୱ ଗୋ କଲ୍ୟାଣ ସମିତି, ଆମ ଓଡ଼ିଶା ସହଯୋଗ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ଇଂ.ଵିନୋଦ କୁମାର ପାଢୀ,ସମ୍ପାଦକ ଗୌର ଶଙ୍କର ପାଢ଼ୀ , ବଡ଼ ବଜ଼ାର ବେବ୍ୟସାୟିସଙ୍ଘ ସଭାପତି ଗୋରୀ ଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, କାଉନସିଲର ପୁରୁଷୋତ୍ତମ ସାହୁ,ଉପସ୍ଥିତ ରହି ଉତ୍ସହିତ କରିଥିଲେ।ସେହିପରି ପିପୁଲ୍ ଫର୍ ଗଞ୍ଜାମ”ର ସିମାଞ୍ଚଳ ଦାସ,ପ୍ରଭାତ ବିଶ୍ବାଳ,ସୁଦାମ ଜେନା, ଅଖିଳ ତରାଇ, ପ୍ରଣବ ପ୍ରଧାନ, ପର୍ଶୁରାମ ପରିଡା ,”ସକ୍ଷମ”ର ବସନ୍ତ କୁମାର ସାହୁ, ସନ୍ତୋଷ ରେଡ୍ଡୀ, “ଭରସା”ର ଦୁର୍ଗା ମାଧବ ପାଣିଗ୍ରାହୀ, ଵିନୋଦ ଚନ୍ଦ୍ର ପଲେଇ, “ଅପୂର୍ବା” ର ପ୍ରଶାନ୍ତ ପଣ୍ଡା,ପ୍ରଭାତ ସାହୁ, “ଗାୟତ୍ରୀ ପରିବାର ବିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି” ର ପଞ୍ଚାନନଖଟୁଆ,ରବିନାରାୟଣ ସେନାପତି,ଶେଷଦେବବେହେରା,ଉମାକାନ୍ତ ସାହୁ, ଆମ ଓଡ଼ିଶା” ର ଲକ୍ଷ୍ମୀ ଚରଣ ପାଢ଼ୀ ତତ୍ତ୍ଵାବଧାନରେ ପରିଚାଳିତ ଏହି ରକ୍ତଦାନ ଶିବିରରେ ପ୍ରଥମେ ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ ଓ ସେବୀସ୍ମିତା ମହାରଣା ରକ୍ତଦାନ କରିଥିଲେ। ପରେ (୮୫) ପଞ୍ଚାଅଶି ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ଏହି ଅବସରରେ ଓଡିଶା ରକ୍ତ ଭଣ୍ଡାର ତରଫରୁ ରକ୍ତଦାନ ଶିବିର ଆୟୋଜନ କରିଥିବା ସିଲ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ,ସନ୍ତୋଷ ତରାଇ,ଭଗବାନ ପ୍ରଧାନ ,ପର ମହାଅଙ୍ଗୁଡ଼, ଡି.କେ.ରାଓ, ପରିଚାଳନା କରିଥିଲେ ।ଓଡିଶା ରକ୍ତ ଭଣ୍ଡାର ବ୍ରହ୍ମପୁରର କର୍ମଚାରୀ ଚିନ୍ମୟ ବେହେରା,ବାବୁନି ବେହେରା,ରାମହରି ପଣ୍ଡା,ଏସ. କେ.ପଣ୍ଡା, ଏ.କେ.ଡାକୁଆ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ