ପାରିବାରିକ କଳହରୁ ସ୍ବାମୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା 

ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଲକ କୁରୁଳା ପଞ୍ଚାୟତ ମିହିରକଣା  ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ସ୍ବାମୀ ନିଜ ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି। ହତ୍ୟା ର ଶିକାର ହୋଇଥିବା ସ୍ତ୍ରୀ ଜଣଙ୍କ ହେଲେ ଅନିତା ନାୟକ ବୟସ ୩୦ ବର୍ଷ।ଅନିତା ତାର ସ୍ବାମୀ ଦାମ ନାୟକ ପିଟି ପିଟି ହତ୍ୟା କରି ନିଜ ଘର ଦାଣ୍ଡରେ ପକାଇ ଦେଇଛି।ଘଟଣା ଟି ଶେରଗଡ ଥାନା ଅଞ୍ଚଳର ହୋଇଥିବା ବେଳେ ହତ୍ୟାକାଣ୍ଡ ର ଜାଗା ଟି ହିଞ୍ଜିଳି ଥାନାରେ ଯାଉଛି।ଫଳରେ ହିଞ୍ଜିଳି ଥାନାର ପୋଲିସ ପହଁଚି ତଦନ୍ତ ଆରମ୍ଭ କରୁଛି।ଏବଂ ଅନିତା ର ମର ଶରୀର କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଦେଇଛି।ଏ ନେଇ ହିଞ୍ଜିଳି ଥାନାରେ ୪୨୬/୨୨ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଛି।ହିଞ୍ଜିଳି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ମୃତ ଅନିତା ର ସ୍ବାମୀ ଜଣେ ଟ୍ରାକ୍ଟର ଡ୍ରାଇଭର ଅଟେ ।ତାର ତିନିଟି ପୁଅ ଅଛନ୍ତି।ଗତ କିଛି ଦିନ ହେଲା ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହିଥିଲା।ଗତ କାଲି ରାତିରେ ଦୁହେଁ ଝଗଡା ଲାଗିଥିଲେ। ଝଗଡା ରେ ସ୍ବାମୀ ଦାମ ରାଗି ତାର ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଛି।ଏହି ଖବର ଚାରି ଆଡ଼େ ପ୍ରଚାରିତ ହେବା ପରେ ଅନିତା ର ଭାଇ ମିହିର କଣା ଆସି ଘଟଣା ଦେଖିବା ପରେ ହିଂଜିଳି ଥାନାରେ ମୋର ଭଉଣୀକୁ ତାର ସ୍ବାମୀ ପିଟି ପିଟି ମାରି ହତ୍ୟା କରି ଦାଣ୍ଡରେ ପକାଇ ଦେଇଛି ବୋଲି ଏତାଲା ଦେବା ପରେ ହିଂଜିଳି ପୋଲିସ ସ୍ବାମୀ ଦାମ ନାୟକ  କୁ ଗିରଫ କରି ଥାନା କୁ ନେଇଛନ୍ତି।ପୋଷ୍ଟ ମଟମ ରିପୋର୍ଟ ଆସିଲା ପରେ।ହତ୍ୟାକାଣ୍ଡ ର ସବୁ ସ୍ଵଷ୍ଠ ହେବ ବୋଲି ହିଂଜିଳି ପୋଲିସ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ