ବେଲଗୁଣ୍ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଏନ୍ଏସିରେ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି I ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ସବୁ ବର୍ଗର ଲୋକଙ୍କ ହୃଦୟ ଜିଣି ଦେଶରେ ଏକ ନମ୍ବର୍ ମୁଖ୍ୟମନ୍ତ୍ରୀର ସ୍ଥାନ ବଜାୟ ରଖିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନିଜ ପିତା ବିଜୁ ପଟନାୟକଙ୍କ ସ୍ଵପ୍ନ ଗାଁକୁ କାମ ଏବଂ ମାଆଙ୍କୁ ସମ୍ମାନକୁ ଗୁରୁତ୍ୱଦେଇ ଆଜି ମିଶନ୍ ଶକ୍ତି ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଅନ୍ୟତମ ଅତିଥି ଭାବେ ଏନ୍ଏସି ଉପନଗରପାଳ ଟି.ବବିତା କୁମାରୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ତହସିଲଦାର ଧରଣୀଧର ବେହେରା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ଆଇନୀଜୀବୀ ସନ୍ତୋଷ କୁମାର ପଣ୍ଡା, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ,ଲିଜା ବେହେରା, ପ୍ରିୟମ୍ୱଦା ସାମଲ୍, କାଁହୁ ସାହୁ, ପ୍ରଦୀପ ସେଠୀ,ପ୍ରଗତି ପାତ୍ର, ଦୀଲୀପ ଆଚାରି,କେ ସୁଜ୍ୟୋତି ସୁବୁଦ୍ଧି, ସଙ୍ଗୀତl ପାତ୍ର, ବିଶ୍ଵବାଥ ଦଳେଇ, ପ୍ରତିମା ସ୍ଵାଇଁ, ପ୍ରମୁଖ ମଞ୍ଚାସୀନ ଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବରୁ ୧୭ ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା କୃତିତ୍ୱ ହାସଲ କରିଥିବା ୬୯ ଜଣ ଛାତ୍ରଛାତ୍ରୀ, ସଙ୍ଗୀତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ସେହିପରି ଦଶମଶ୍ରେଣୀ, ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ବିଶ୍ୱ ବିଦ୍ୟାଳୟ ସ୍ତରରେ ପରୀକ୍ଷାରେ ଅଧିକ ନମ୍ବର୍ ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା I ସେହିପରି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ ପାଇଁ ହୃଷୀକେଶ ମହାରଣା, ସଫେଇ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ପବିତ୍ର କୁମାର ପଣ୍ଡା, ସମାଜ ସେବାରେ ଭି ଦେବୀ ପ୍ରସାଦ ପାତ୍ର, କଳାରେ ରବୀନ୍ଦ୍ର ଚୌଧୂରୀ, ବିଶ୍ୱ ପ୍ରସିଦ୍ଧ ବାଘ ନୃତ୍ୟ କ୍ଷେତ୍ରରେ ମହେନ୍ଦ୍ର କୁମାର ପାତ୍ର ଏବଂ ଉଦୟ ସ୍ୱାଇଁଙ୍କୁ ସମ୍ମାନୀତ କରାଯାଇଥିଲା I ଏହି ଅବସରରେ ରାସ୍ତାଘାଟ ଓ ଗମନାଗମନ , ସ୍ୱୟଂସହାୟକ ଗୋଷ୍ଠୀ ଗୃହ, ପରିବା ମାର୍କେଟ୍, ଭେଣ୍ଡିଂ ଜୋନ୍, ପାନୀୟ ଜଳ ଭଳି ୧୭ ଟି ପ୍ରକଳ୍ପ ଉଦ୍ଘାଟିତ କରାଯିବା ସହ ୩୩ ଟି ମହିଳା ଗୋଷ୍ଠୀକୁ ସମ୍ମାନୀତ କରାଯାଇଥିଲା I ଏଗାରଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୪୧୦୦୦୦୦ଟଙ୍କାର ଋଣ ପ୍ରଦାନ କରାଯାଇଥିଲା I ପନ୍ଦରଟି ଗୋଷ୍ଠିଙ୍କୁ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା I ବାଉଁଶ କଳା କାରିଗରୀ ପାଇଁ ମେଦିରୀ ସାହି ଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା I ପନ୍ଦର ଜଣଙ୍କୁ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ଏଗାରଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପୁରସ୍କୃତ ହୋଇଥିଲେ I ଏହା ସହ ଏନ୍ଏସି ଗଠିତ ହେବା ପରଠାରୁ କାର୍ଯ୍ୟ କରିଥିବା ସମସ୍ତ ପୂର୍ବତନ ନଗରପାଳ,ଉପନଗରପାଳ, କାଉନସିଲର୍ ଙ୍କ ସମେତ ବେଲଗୁଣ୍ଠା ପ୍ରେସକ୍ଳବର ସଦସ୍ୟ ମାନଙ୍କୁ ସମ୍ମାନୀତ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ର ସୁଚାରୁ ରୂପେ ପରିଚାଳିତ କରିଥିବାରୁ ଉପସ୍ଥିତ ଅତିଥିମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ