ଜମି ବିବାଦକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଗୈାତମୀ ପଞ୍ଚାୟତ ଦେଉଳପେଢୀ ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଶାନ୍ତି ସେଠୀ (୫୬) ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ସୁମା ବେହେରା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପାଟପୁର ଥାନା ଅନ୍ତର୍ଗତ ଗୌତମୀ ପଞ୍ଚାୟତ ଦେଉଳପେଢ଼ି ରହୁଥିବା ଅଭିଯୁକ୍ତ ସୁମା ଓ ଶାନ୍ତୀଙ୍କ ମଧ୍ୟରେ ଜମି ବିବାଦ କୁ କେନ୍ଦ୍ରକରି ଉଭୟ ମଧ୍ୟରେ କଳହ ଲାଗି ରହିଥିଲା । ଗତ ମଙ୍ଗଳବାର ଦିନ ଉଭୟଙ୍କ ମଧ୍ୟରେ ସେହି ଜମି ବିବାଦକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଯାହାଫଳରେ ଅଭିଯୁକ୍ତ ସୁମା ଉତକ୍ଷିପ୍ତ ହୋଇ ଏକ ଧାରୁଆ ମାରଣା ଅସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଛି ।ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି ପରିବାର ସଦସ୍ୟା ପିଙ୍କି ସେଠୀ ପାଟପୁର ଥାନାରେ ପହଞ୍ଚି ଅଭିଯୁକ୍ତ ସୁମାଙ୍କ ବିରୋଧରେ ଏତଲା ଦେଇଥିଲେ । ପିଙ୍କିଙ୍କ ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ସୁମାଙ୍କୁ ଗିରଫ କରିବା ସହ ଥାନା ମାମଲା ନଂ ୨୮୫/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ