ପୁସ୍ତକମେଳା ଜାନୁଆରୀ ୬ରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା ଆଗାମୀ ଜାନୁୟାରୀ ୬ରୁ ସହରର ମହିପାଳସ୍ଥିତ ଟେଲିକମ ପଡିଆରେ ଆରମ୍ଭ ହେବ । କଳା,ସଂସ୍କୃତି ଓ କୈାଳିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କେନ୍ଦ୍ରାପଡା ଇଭେଂଟ ମ୍ୟାନେଜର୍ସ(କେମ୍‌) ପକ୍ଷରୁ ଆୟୋଜିତ ହୋଇଆସୁଥିବା ପୁସ୍ତକମେଳାକୁ ଚଳିତ ବର୍ଷ ଅଧିକ ସଫଳ କରିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେମ୍‌ର ସଭାପତି ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ବନ୍ଧୁମିଳନ ତଥା ଚୁଡାନ୍ତ ପୁସ୍ତକ ମେଳା ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ଅଧିକ ସଂଖ୍ୟାରେ ରାଜ୍ୟ ତଥା ଜାତୀୟ ସ୍ତରର ପୁସ୍ତକ ପ୍ରକାଶନି ତଥା ବିକ୍ରେତା ସଂସ୍ଥାକୁ ମେଳାରେ ସଂପୃକ୍ତ କରିବାକୁ ନିଷ୍ପତି ନିଆଯାଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ସାରସ୍ୱତ ଓ ସାଂସ୍କୃତିକ ମଂଚରେ ଉଚ୍ଚକୋଟିର କାର୍ଯ୍ୟକ୍ରମ ସହ ଆଲୋଚନାଚକ୍ର ଓ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହେବ । ଖ୍ୟାତନାମା ସାହିତ୍ୟିକମାନେ ଏଥିରେ ଯୋଗଦେବେ । ଏହି ମେଳା ୮ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରି ୧୩ତାରିଖରେ ଉଦଯାପିତ ହେବ । କେମର ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା” ର ମଠ ଓ ପୀଠ ବିଶେଷାଙ୍କ ଚଳିତ ବର୍ଷ ପ୍ରକାଶ ପାଇବ । ଜିଲ୍ଲାର ପ୍ରାଚୀନ ଐତିହ୍ୟ ତଥା କୀର୍ତ୍ତୀରାଜି ସଂକ୍ରାନ୍ତରେ ଗବେଷଣାଧର୍ମୀ ଆଲେଖ୍ୟମାନ ଏଥିରେ ଆହ୍ୱାନ କରାଯାଇଥିବା କେମର ମୁଖ୍ୟନିର୍ବାହୀ ତଥା ଜିଲ୍ଲା ନିଜାରତ ଅଧିକାରୀ ବିରଜା ପ୍ରସାଦ ରାଉତରାୟ ସୂଚନା ଦେଇଥିଲେ । ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାର ପ୍ରତିଷ୍ଠାତା ପିତାମ୍ବର ମିଶ୍ରଙ୍କ ବିୟୋଗ ହୋଇଯାଇଥିବାରୁ ତାଙ୍କ ସ୍ମୃତି ଉଦେଶ୍ୟରେ ପ୍ରାରମ୍ଭରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ମହମ୍ମଦ ଜାହିଦ ଖାନ ବାର୍ଷିକ ବୀବରଣୀ ଉପସ୍ଥାପନ କରିବା ସହ ଯୁବ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ସହ ଅଧିକ ସଂଖ୍ୟାରେ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷ ପୁସ୍ତକମେଳାକୁ ଅଧିକ ସରସ ସୁନ୍ଦର କରିବା ଦିଗରେ ବରିଷ୍ଠ ସଦସ୍ୟା ଡଃ.କଳ୍ପନା ମଲ୍ଲିକ, ମାତୃଦତ୍ତ ମହାନ୍ତି, ବିମଳ ପରିଡା, ଏମ.ଡି.ମୁସ୍ତାକ, ବଂଶୀଧର ମହାନ୍ତି, ଜ୍ୟୋତିପ୍ରକାଶ ନାୟକ, ପ୍ରଦ୍ୟୁମ୍ନ ବେହୁରା, ଯଯାତୀ କେଶରୀ ମହାନ୍ତି, ଲଳିତେନ୍ଦୁ ପଣ୍ଡା, ହିମାଂଶୁ ଦାସ, ସମୀର ଚାନ୍ଦ, ଶାନ୍ତନୁ ମଲ୍ଲିକ, ରଞ୍ଜନ ବିଶ୍ୱାଳ, ରଞ୍ଜନ ରଣା, ତାରିଣୀ ପାଟ୍ଟଯୋଶୀ, ଶେଷଦେବ ଦାସ, ସୈାମ୍ୟରଞ୍ଜନ ପଟ୍ଟନାୟକ, କ୍ଷୀରୋଦ କର, ସରୋଜ ସାହୁ, ଦିଲ୍ଲିପ ସାହୁ, ବଂଶୀଧର ମହାନ୍ତିଙ୍କ ସମେତ ଅନ୍ୟ ଇଭେଂଟ ମ୍ୟାନେଜରମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ