ବେଗୁନିଆପଡା ବ୍ଲକରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କ।ର୍ଯ୍ୟକ୍ରମ

କୋଦଳା: ରାଜ୍ୟ ସରକାରଙ୍କ ବହୁତ ଯୋଜନା ଜନସାଧାରଣଙ୍କ ସମସ୍ୟା ନିମନ୍ତେ ପ୍ରଣୟନ ହେଉଛି । ଶିଶୁ ମାନଙ୍କ ସ୍ୱାସ୍ଥ୍ୟଗତ ଉପରେ ସରକାର କଠିନ ରୂପେ ଗୁରୁତ୍ୱ ଦେବା ସହ ଶିଶୁମାନେ ଯେପରି ବିଭିନ୍ନ ରୋଗ ରୁ ମାଗଣା ଚିକିତ୍ସା ପାଇପାରିବେ ତାହା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କ।ର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କ।ର୍ଯ୍ୟକ୍ରମ ସଫଳତା ଦେଖିବାକୁ ମିଳିଛି । ବିଭିନ୍ନ ପଞ୍ଚାୟତରୁ କେତେକ ଶିଶୁ ଏହି କାର‌୍ୟ୍ୟକ୍ରମ ରେ ସାମିଲ ହୋଇ ବଡ଼ବଡ଼ ରୋଗରୁ ମୁକ୍ତି ପାଇଛନ୍ତି । ସୂଚନା ମୁତାବକ, ପ୍ରତ୍ୟେକ ସ୍କୁଲ, ଅଙ୍ଗନବାଡି ଓ କଲେଜକୁ ଡାକ୍ତରମାନେ ଯାଇ ଶିଶୁଙ୍କୁ ଜନ୍ମଗତ ତ୍ରୁଟି ଓ ଅଭାବ ଜନିତ ଅବସ୍ଥା, ଜନ୍ମଗତ ରୋଗ ବୟସଗତ ତ୍ରୁଟି, କିଶୋର କିଶୋରୀଙ୍କ ଯୌବନ ତ୍ରୁଟି ଆଦିର ଚି଼ହ୍ନଟ ଓ ତାହାର ଚିକିତ୍ସା ମାଗଣାରେ ହୋଇଛି । ଏପରିକି ଜାଲିବିଲି ଓ ଡବା ବଣିଆ ପରି ଦୁର୍ଗମ ଅଞ୍ଚଳରେ ମଧ୍ୟ ଚିକିତ୍ସା କରାଯାଇଛି । ସୂଚନା ଅନୁସାରେ ୮ ଜଣ ଶିଶୁଙ୍କ ପାଦ ବଙ୍କା ଅପରେସନ, ଜଣଙ୍କର ଗ୍ରହଣ ଗଣ୍ଡିଆ ଓ ପାଞ୍ଚ ଜଣ ଶିଶୁଙ୍କ ହୃଦରୋଗ ଅପରେସନ ହୋଇଛି । ଗ୍ରହଣଗଣ୍ଡିଆ ମଧ୍ୟରେ ବାବୁ ଜେନା ଓ ସୁଇଟ ଜେନା (ନୂଆଗାଁ), ଓମଶ୍ରୀ ସସମାଲ ବିରିବାଟିଆ ଏପରି ମୋଟ ୧୪ ଜଣ ଶିଶୁଙ୍କ ବିଭିନ୍ନ ସମସ୍ୟା ମୂଳକ ଭୟାନକ ରୋଗ ଚିକିତ୍ସା କରାଯାଇଛି । ଘୋଡାପଡା, କୁମାରୀପାରି, ମଠସରସିଙ୍ଗୀ ଗୌରାଦେଇ ପୁର, ମଠ ବରିଡା, ଏସ. ଛଚିନା, ତିରିଡ଼ା ଏହି ସବୁ ଗ୍ରାମର ଶିଶୁଙ୍କ କାହାର ପାଦ ବଙ୍କା ତ ଆଉ କାହାର ହୃଦ ରୋଗ ଜନିତ ରୋଗରୁ ମୁକ୍ତି ପାଇଛନ୍ତି । ତେଣୁ ଶିଶୁ ମାନଙ୍କ ପରିବାର ପକ୍ଷରୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜୟଦେବ ଜେନାଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି । ଡ଼ା. ଜେନାଙ୍କ ଅକାଳ ପରିଶ୍ରମ, ପ୍ରତ୍ୟେକ ସମୟରେ ଶିଶୁ ମାନଙ୍କ ଘରକୁ ଯାଇ ରୋଗାଗ୍ରସ୍ତ ଶିଶୁଙ୍କୁ ସଠିକ ପରାମର୍ଶ କରନ୍ତି ବୋଲି ଶିଶୁ ମାନଙ୍କ ପରିବାର ପକ୍ଷରୁ କହିଛନ୍ତି । ଏଥିରେ ଡ଼ା, ମୌତ୍ରୀ ସଂଘମିତ୍ରା, ଡ଼ା. ପ୍ରିୟମ୍ବଦ ଜେନା, ଡ଼ା. ଅନନ୍ତ ନାରାୟଣ ପ୍ରହରାଜ, ଏଏନଏମ ପି ଗୀତାଞ୍ଜଳି ଆଚାରି ଓ ରାଷ୍ଟୀୟ ବାଲ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ