ଗୁରୁ ଦାୟିତ୍ୱ ସ୍ଵତ୍ତ୍ୱେ ମୃତକଙ୍କ ପରିବାରକୁ ଭେଟିବାକୁ ଭୁଲିଲେ ନାହିଁ ମନ୍ତ୍ରୀ

ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ବିପତ୍ତି ସମୟର ସାଥି ବାବୁଲା ଭାଇ ଭାବେ ପରିଚିତ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜର ବିଭାଗର ଗୁରୁ ଦାୟୀତ୍ୱ ସ୍ଵତ୍ତ୍ୱେ ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାରିବାରକୁ ଭେଟିବାକୁ ଭୁଲି ନାହାଁନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନୂଆଁ ସାହିର ଯୁବ ଚାଷୀ ସନ୍ତୋଷ କୁମାର ପୋଲାଇ ସେପ୍ଟେମ୍ବର ୩ ତାରିଖ ଦିନ ଚାଷ କରୁଥିବା ସମୟରେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ଘରକୁ ସେପ୍ଟେମ୍ବର ୪ ତାରିଖ ଦିନ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ନୟନୀ ଗୌଡ଼ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ସେପ୍ଟେମ୍ବର ୩ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡା ବ୍ଲକର ପଙ୍କଳବାଡି ଗ୍ରାମର ବିଷ୍ଣୁ ବିଷୋୟୀ ସୁରାଟରୁ ନିଜ ଗ୍ରାମାକୁ ଫେରିବା ବେଳେ ଅନୁଗୁଳ ଷ୍ଟେସନରେ ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଥିଲେ। ଖବର ଶୁଣିବା ପରେ ଅଗଷ୍ଟ ୨୯ ତାରିଖ ଦିନ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନ୍ୟଏକ ଘଟଣାରେ ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ୨୮ ବର୍ଷ ବୟସ୍କା ଉର୍ମିଳା ସାହୁ ମୃତ୍ୟୁ ବରଣ କରିଥିଲେ। ଖବର ଜାଣିବା ପରେ ଅଗଷ୍ଟ ୨୩ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ନିଜର ପ୍ରତିନିଧି ଭାବେ ନରେନ୍ଦ୍ର ଦେବତାଙ୍କୁ ମୃତକଙ୍କ ପରିବାର ନିକଟକୁ ପଠାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ନିଜର ବିଭାଗର ଗୁରୁ ଦାୟିତ୍ୱ ସ୍ଵତ୍ତ୍ୱେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାସହ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଭେଟି ଅଭାବ ଅସୁବିଧା ବୁଝିବା ସହ ବିପତ୍ତି ସମୟରେ ମଧ୍ୟ ଆସି ସମବେଦନା ଜଣାଇ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଆର୍ଥିକ ସହାୟତା ପ୍ରଦାନ କାରିଥାନ୍ତି। ମନ୍ତ୍ରୀ ଶ୍ରୀ ସାହୁ ଅତି ସାଧାରଣ ବ୍ୟକ୍ତି ସଦୃଶ ଜନସାଧାରଣଙ୍କୁ ଭେଟିବା ତାଙ୍କ କର୍ମ ତପ୍ତତାର ପରିଚୟ ଦେବାସହ ଲୋକପ୍ରିୟ ଜନପ୍ରତିନିଧି ହୋଇ ପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ