କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଅଭିଯାନ : ‘ବିରୋଧୀ ଯୋଡ’ ଅଭିଯାନରେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଏବଂ ଦେଶର ପ୍ରକୃତ ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଭାରତ ଯୋଡ ଅଭିଯାନ ଆରମ୍ଭ କରିଛି । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀରେ ଶେଷ ହେବ । ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏବି ଜନ ସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ୩୭ଶହ କିଲୋମିଟର ଯାଏଁ ପଦଯାତ୍ରା କରାଯିବ । ଜନ ସମ୍ପର୍କ ପଦଯାତ୍ରାରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୭ଶହ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । ଏହି ଜନସମ୍ପର୍କ ପଦଯାତ୍ରାରେ ୩୦ପ୍ରତିଶତ ମହିଳା ରହିବେ । ଦରଦାମ୍ ବୃଦ୍ଧି, ଦେଶରେ ଅର୍ଥନୀତି ଅବସ୍ଥା, ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ସମସ୍ୟାକୁ ଶୁଣିବା ପାଇଁ କଂଗ୍ରେସ ଏହି ଜନସମ୍ପର୍କ ଯାତ୍ରା କରିବାକୁ ଯାଉଛି । ଗତ କିଛି ବର୍ଷ ହେଲା କଂଗ୍ରେସ ମାତ୍ର ହାତ ଗଣତି କିଛି ରାଜ୍ୟରେ ଶାସନରେ ଥିବା ବେଳେ ବହୁ ରାଜ୍ୟରେ ବିରୋଧୀ ଆସନରେ ବସିଛି । ଯାହା ଦଳୀୟ କର୍ମକର୍ତାଙ୍କ ମନୋବଳକୁ ହ୍ରାସ କରୁଛି । ତେଣୁ ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କର୍ମୀଙ୍କ ମନରେ ଭାରତ ଯୋଡୋ ଅଭିଯାନ ନୂଆ ଯୋଶ ଭରିବ ବୋଲି ଦଳ ଆଶା ରଖିଛି । ଖୋଦ ରାହୁଲ ଗାନ୍ଧୀ ଏହି ଅଭିଯାନର ଶୁଭାରମ୍ଭ କରିବେ ଓ ବିଭିନ୍ନ ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଏହାଛଡା ଦଳର ବରିଷ୍ଠ ନେତା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଜନସାଧାରଣଙ୍କ ସମ୍ପର୍କରେ ଆସିବେ । ଯାହା ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମକର୍ତାଙ୍କ ମଧ୍ୟରେ ନୂଆ ଉତ୍ସାହ ଆଣିଦେବ ବୋଲି ଦଳ ଆଶା ରଖିଛି । ସେପଟେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମିଶନ ୨୦୨୪ । ବିରୋଧୀ ଏକତା ଓ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତିି ଲକ୍ଷ୍ୟ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି ନୀତିଶ କୁମାର । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇଏମ ନେତା ସୀତରାମ ୟେଚୁରିଙ୍କୁ ଭେଟିଛନ୍ତି ନୀତିଶ । ଏଥିସହ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଭେଟିବେ ନୀତିଶ । ସୂଚନା ଅନୁସାରେ ଓଡ଼ିଶା ମଧ୍ୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ । ମୋଦୀ ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶ ପ୍ରୟାସ କରୁଛନ୍ତି । ଜଣଙ୍କ ପରେ ଜଣେ ଅଣବିଜେପି ନେତାଙ୍କୁ ଭେଟୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ