ବିଜେଡି ସାଙ୍ଗଠନିକ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ଠାରେ ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ବିଜେଡି ସଭାପତି ପିତାମ୍ବର ଦିଅଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ଯୋଗଦେଇ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ପଞ୍ଚାୟତର ବିଭିନ୍ନ ୱାର୍ଡରେ ସଙ୍ଗଠନକୁ ସଦୃଢ଼ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପଞ୍ଚାୟତର ଲୋକମାନଙ୍କ ଠାରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀ ମାନଙ୍କୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ରମେଶ ଜେନା, ବିଜେଡି ନେତା ଅକ୍ଷୟ ଜେନା, ଦିଲ୍ଲୀପ ସାମଲ, ପ୍ରଶାନ୍ତ ଭଞ୍ଜ, ରମେଶ ନାୟକଙ୍କ ସହ ଛାମୁଆ କର୍ମୀ ମାନେ ଯୋଗଦେଇଥିଲେ। ପଞ୍ଚାୟତ ବିଜେଡି ଯୁବ ନେତା ପ୍ରୀତଶ ରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ।