ପ୍ରିନ୍ସ ଚାଲସ ଙ୍କ ଦୀର୍ଘାୟୁ କାମନା କରି ଦୀପ ଜାଳିଲେ ଗ୍ରାମବାସୀ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରିନ୍ସ ଚାଲସ ବ୍ରିଟେନ ର ମହାରାଜା ହେବାର ଖବର ଜାଣିବା ପରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ହରିପୁର ଗ୍ରାମରେ ଖେଳି ଯାଇଛି ଖୁସିର ଲହରୀ । କାରଣ ୧୯୮୦ ମସିହା ଡିସେମ୍ବର ମାସ ଚାରି ତାରିଖରେ ପ୍ରିନ୍ସ ଚାଲସଙ୍କ ଓଡିଶା ଗ୍ରସ୍ତ ସମୟରେ ସେ ଆଦର୍ଶ ଗାଁ ହରିପୁର ପରିଭ୍ରମଣ ରେ ଆସିଥିଲେ ।ତାଙ୍କ ସହ ସେ ସମୟର ପୁରୀ ଜିଲ୍ଲାପାଳ ଅଶୋକ ଦାସ ମଧ୍ୟ ଥିଲେ। ଓଡ଼ିଶାର ଗ୍ରାମାଞ୍ଚଳର ଚଳଣିକୁ ସେ ଏହି ଗାଁ ରେ ବୁଲି ବୁଲି ଅତି ପାଖରୁ ଦେଖିଥିଲେ । ଯେମିତିକି ଗାଁ ମହିଳା ଙ୍କ ଝୋଟି ପକାଇବା , ଚୁଲି ରେ ରୋଷାଇ କରିବା,ଲୋକ ଙ୍କ ନଡ଼ିଆ ଗଛ ଚଢିବା, ଚାଷୀ ଙ୍କ ଧାନ ଅମଳ କରିବା ଓ ଶଗଡ଼ ବଳଦ ଦେଖିବା ସହ ଗାଁ ଲୋକଙ୍କ ଠାରୁ ପଇଡ଼ ପିଇଥିଲେ। ଏହି ଗ୍ରାମରେ ପୂଜା ପାଉଥିବା ଶ୍ରୀ ଗୋପୀନାଥ ଦେବ ଙ୍କୁ ଦର୍ଶନ କରିଥିଲେ । ଏବେ ପ୍ରିନ୍ସ ଚାଲସ ବ୍ରିଟେନ ରାଜା ହେବା ଶୁଣି ଦୀର୍ଘ ବର୍ଷ ପୂର୍ବର ଏହି ପୁରୁଣା ସୃତିକୁ ମନେ ପକାଇ ଆଜି ଗାଁ ଲୋକମାନେ ମହାପ୍ରଭୁ ଶ୍ରୀ ଗୋପୀନାଥ ଙ୍କ ନିକଟ ରେ ଦୀପ ଦାନ କରି ତାଙ୍କ ମା ଏଲିଜା ବେଥ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ରାଜା ପ୍ରିନ୍ସ ଚାଲସଙ୍କ ଦୀର୍ଘାୟୁ କାମନା କରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ଶାଶ୍ୱତ ମିଶ୍ର ଓବନମାଳୀ ଦାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ