ବିଜୁକୃଷକ ଜନତା ଦଳ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବିଜୁ କୃଷକ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର କୋରୁଆ ଗ୍ରାମର ସାମବାବା ମଠ ପରିସରରେ କଟକର ଜେ.ପି.ଏମ.ରୋଟାରୀ କ୍ଲବ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ରବିବାର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ବାବେ ଯୋଗଦେଇ ଫିତାକାଟି ଉଦଘାଟନ କରିବା ସହିତ ଗ୍ରାମାଚଂଳର ଗରୀବ ଲୋକମାନଙ୍କୁ ଏଭଳି ଶିବିରର ଆୟୋଜନ ଦ୍ୱାରା ସେମାନଙ୍କ ପାଖରେ ଚିକିତ୍ସା ସୁବିଧା ଯୋଗାଇ ଦେଇଥିବା ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । 
ଏହି ଶିବିରରେ ୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣଙ୍କୁ କଟକର ରୋଟାରୀ ଚକ୍ଷୁ ହସପିଟାଲରେ ଚକ୍ଷୁ ଅସ୍ତ୍ରୋ୍ପ୍ରଚାର କରାଯିବା ନିମନ୍ତେ ଏକ ବସ ଯୋଗେ କଟକ ନିଆଯାଇଥିଲା । ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ସୈାମେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ଓସ୍ତପୁର ସରପଂଚ, ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ, କଂସାରର ଗଣେଶ୍ୱର ନାୟକ, ପୁରୁଷୋତ୍ତମପୁରରଗୈାରାଙ୍ଗ ଲେଙ୍କା, ଗୋଲଖ ଚନ୍ଦ୍ର ପାଳ, ସଂଗ୍ରାମ ଦାସ, ଶ୍ରୀକାନ୍ତ କୁମାର ସାହୁ, ଅନିଲ ଦାସ, ଅଜୟ ଲେଙ୍କା ପ୍ରମୁଖ ପରିଚାଳନା କରିଥିବା ବେଳେ ଜେ.ପି.ଏମ.ରୋଟାରୀ କ୍ଲବ ପକ୍ଷରୁ ଟେକନିସିଆନ ସନ୍ଧ୍ୟାରାଣୀ ଦାସ, ଶିବିର ସଂଗଠକ ପରେଶ କୁମାର ସାହୁ, ନନ୍ଦିନୀ ନାୟକ, ଶକ୍ତିମୟୀ ଦାସ, ବିନୋଦିନି ଦାସ, ସୁଧାଂଶୁ ପଟ୍ଟନାୟକ ଓ ଆଲୋକ କୁମାର ବେହେରା ପ୍ରମୁଖ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରାଯିବାରେ ନିୟୋଜିତ ଥିଲେ ।


