ରୋବୋଟ୍ ନେବ ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ ରୋବଟ୍ ଦ୍ୱାରା ଅନେକ ଅସମ୍ଭବ କାର୍ଯ୍ୟକୁ ସହଜରେ କରାଯାଇପାରୁଛି । ଖୁବ୍ ଶୀଘ୍ର ବଡ଼ ବଡ଼ କମ୍ପାନୀରେ ରୋବୋଟ୍ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏଚଆର ପଦବୀରେ ଜଣେ ମଣିଷ ବଦଳରେ ରୋବୋଟ୍‌କୁ ବସାଇ କମ୍ପାନୀମାନେ ନିଯୁକ୍ତି ପ୍ରକ୍ରିୟାରେ ଆହୁରି ଗୁଣବତ୍ତା ଆଣିବାକୁ ଯାଉଛନ୍ତି । ଏହି ଧାରାରେ ଦେଶର ପ୍ରଥମ ଘରୋଇ ବ୍ୟାଙ୍କ ଫେଡେରାଲ ବ୍ୟାଙ୍କ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସ ଦ୍ୱାରା ପ୍ରସ୍ତୁତ ରୋବୋଟ୍‌କୁ ଏଚଆର ସ୍ଥାନରେ ନିଯୁକ୍ତି ଦେଇଛି । ଏହି ରୋବୋଟ୍ ପ୍ରଥମେ ସମସ୍ତଙ୍କର ଇଣ୍ଟରଭ୍ୟୁ ନେବ । ଏହା ପରେ ଏଚ୍‌ଆର ଏକଜକ୍ୟୁଟିଭ ଆବେଦନକାରୀଙ୍କ ଚାକିରି ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଫେଡେରାଲ ବ୍ୟାଙ୍କ୍ ଏହି ଇଣ୍ଟରଭ୍ୟୁ ପ୍ରକ୍ରିୟାର ନାମକରଣ ଫେଡ୍ ରିକ୍ରୁଟ୍ ରଖିଛି । ଇଣ୍ଟରଭ୍ୟୁ ନେବା ବେଳେ ଆବେଦନକାରୀଙ୍କୁ ସମସ୍ତ ଦିଗରେ ପ୍ରଶ୍ନ ପଚାରିବ ଏହି ରୋବୋଟ୍ । ଆବେଦନକାରୀ ଇଣ୍ଟରଭ୍ୟୁ ଦେବାବେଳେ ସାଇକୋମେଟ୍ରିକ୍ସ, ଗେମ୍ ବେଷ୍ଟ ଆଦି ଉପରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଯେଉଁଥିରୁ ଆବେଦନକାରୀଙ୍କ ମୂଲ୍ୟାଙ୍କନ କରିବ ଏହି ଏଚଆର ରୋବୋଟ୍ । ଫେଡେରାଲ ବ୍ୟାଙ୍କର ଏଚ୍‌ଆର ମୁଖ୍ୟ ପ୍ରତିକ୍ରିୟାରେ କହିଛନ୍ତି, ରୋବୋଟିକ୍ସ ଇଣ୍ଟରଭ୍ୟୁ ଦେବା ଫଳରେ ଜଣେ ଆବେଦନକାରୀଙ୍କ ବ୍ୟକ୍ତିତ୍ୱ ବାବଦରେ ମଧ୍ୟ ସୂଚନା ମିଳିପାରିବ । ଆଗାମୀ ଆର୍ଥିକ ବର୍ଷ ପାଇଁ ଏହି ବ୍ୟାଙ୍କ ମୋଟ୍ ୭୦୦ ଜଣଙ୍କୁ ନିଯୁକ୍ତି ଦେବ । ଏଥିମଧ୍ୟରୁ ୩୫୦ ଜଣ ଆବେଦନକାରୀଙ୍କ ଇଣ୍ଟରଭ୍ୟୁ ଶେଷ ହୋଇଛି । ମୋଟ୍ ୧୫୦ ଜଣ ଚାକିରି ପାଇଁ ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ