ବଡମାଧପୁର ଗ୍ରାମର ଜମିଜମା ସେଟଲମେଣ୍ଟ ବ୍ୟବସ୍ଥାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ସର୍କଲର ବଡମାଧପୁର ଗ୍ରାମବାସୀ ବୁଧବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବଡମାଧପୁର ଗ୍ରାମରେ ଦୀର୍ଘ ପ୍ରାୟ ୪୦ ବର୍ଷ ତଳେ ଜମିଜମା ଗୁଡିକର ସେଟଲମେଣ୍ଟ ହୋଇଥିଲା। କିନ୍ତୁ ସେଥିରେ ସଠିକ୍ ଭାବେ ସେଟଲମେଣ୍ଟ ହୋଇ ପାରିନାହିଁ। ଜମିର ପଟ୍ଟାଦାର ଜଣେ ହୋଇଥିଲେ ଦଖଲରେ ଅନ୍ୟ ଜଣ ବ୍ୟକ୍ତି ରହିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। କୌଣସି ବ୍ୟକ୍ତିଙ୍କ ଜମିଜମା ର ପଟ୍ଟା ଦଖଲଦାରଙ୍କ ନାମରେ ନଥାଇ, ସେହି ଜମି ସହ କୈାଣସି ସମ୍ପର୍କ ନଥିବା ବ୍ୟକ୍ତିଙ୍କ ନାମରେ ନମୋଦ ହୋଇଅଛି। କେତେକାଂଶରେ ପଟ୍ଟାଦାରଙ୍କ ନାମ ବହୁ ଜଣ ବ୍ୟକ୍ତିଙ୍କ ନାମରେ ନମୋଦ ହୋଇଅଛି। ଫଳରେ ଫସଲ ଋଣ, ଫସଲ ବୀମା, ଧାନ ମଣ୍ଡିରେ ବିକ୍ରି, ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରମାଣପତ୍ର ପାଇବାରେ, ଜମି କିଣା ବିକାରେ, ଚାଷ ସମ୍ବନ୍ଧୀୟ ସରକାରୀ ଓ ବେସରକାରୀ ସହାୟତା ଆଦି ପାଇବାରେ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଣୁ ବଡମାଧପୁର ଗ୍ରାମରେ ସଠିକ୍ ଭାବେ ଜମି ଗୁଡିକର ସେଟଲମେଣ୍ଟ୍ କରିବାକୁ ଅନୁରୋଧ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ, ବରିଷ୍ଠ ବିଜେଡି ନେତା ମହେଶ୍ୱର ପ୍ରଧାନ, ଶିବ ଶଙ୍କର ସେଠୀ, କୃଷକ ବିକାଶ ମଞ୍ଚର ସଭାପତି କେ.ମୂରଲି ରେଡ୍ଡୀ, ସମ୍ପାଦକ ଆର୍ ସହଦେବ ରେଡ୍ଡୀ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ପ୍ରଧାନ, ଦୁର୍ଯୋଧନ ରେଡ୍ଡୀ, ସୁଶାନ୍ତ ଖୁଣ୍ଟିଆ, ଶଙ୍କର ବେହେରା, ଟି ଶିବରାମ ରେଡ୍ଡୀ, ବେଣୁଧର ବେହେରା, ତୁମ୍ବନାଥ ରେଡ୍ଡୀ, ତୋଫାନ ପରିଡା, ନାରାୟଣ ସାହୁ, ହିନ ଖୁଣ୍ଟିଆଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ