ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ପାଠଚକ୍ର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ଅଧ୍ୟାପକ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବ୍ୟକ୍ତା ଭାବରେ ଯୋଗଦାନ କରି ” ଗାନ୍ଧୀ ଓ ଓଡ଼ିଶା” ଶୀର୍ଷକରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ଜଣେ ଦର୍ଶନ। ଗାନ୍ଧୀଙ୍କ ଦର୍ଶନକୁ ଅଧ୍ୟୟନ କରିବା, ଗଭୀର ସମୁଦ୍ରରେ ସନ୍ତରଣ କରିବା ସହ ସମାନ। ଗାନ୍ଧୀଙ୍କର ବିଚାରଧାରାକୁ ନିଜ ଜୀବନରେ ପ୍ରତିଫଳିତ କରିବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସିଏ ନିଜ ବ୍ୟକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟତମ ବ୍ୟକ୍ତା ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଵକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଗାନ୍ଧୀ ଦର୍ଶନର ପ୍ରସାଙ୍ଗିକତା ବିଷୟରେ ଦିଗଦର୍ଶନ ହେଇଥିଲେ। ଗାନ୍ଧୀ ଦର୍ଶନ କେବଳ ଅତୀତରେ ସୀମିତ ନୁହେଁ ଏହା ବର୍ତ୍ତମାନ ଓ ଭବିଷ୍ୟତ ବ୍ୟାପି ବୋଲି ସେ ତାଙ୍କ ଵକ୍ତବ୍ୟରେ କହିଥିଲେ। ପ୍ରାଣୀବିଭାଗର ସହକାରୀ ଅଧ୍ୟାପିକା ରାଜବାଳା ତ୍ରିପାଠୀ ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ ଏବଂ ବାଣିଜ୍ୟ ବିଭାଗର ସହକାରୀ ଅଧ୍ୟାପିକା ଡ଼ ପିଙ୍କି ରାଣୀ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଡ଼ ସୁଜାତା ମଲ୍ଲିକ, ଡ଼ ସୁରଚିତା ପଟନାୟକ, ବାଦଲ ସାହୁ, ପ୍ରଦ୍ୟୁମ୍ନ ମାଢେଇ, ମନୋରଞ୍ଜନ ମହାରଣା, ଡ଼ ଶିବାନୀ ଗନ୍ତାୟତ, ଡ଼ ଆରତୀ ପଣ୍ଡା, ଡ଼ ପ୍ରଭାକର ପାଢ଼ୀ, ସନ୍ତୋଷ ବେହରା, ଡ଼ ମିଲିମିତା ପାଢ଼ୀ, ମିଲନ ତା, ଡ଼ ଶାନ୍ତିଲତା ବେହେରା, ଡ଼ ଇନତେହାନ ସାହା,ଳ ଅରୁଣ ସାହୁ, ରାନୁ ସିଂ, ଦିଲ୍ଲୀପ ବଢ଼େଇ, ସ୍ନିଗ୍ଧା ରାଣୀ କର, ଶୁଭେଚ୍ଛା ପଟ୍ଟନାୟକ, ମୋନାଲିଶା ମିଶ୍ର, ମିନତୀ ତରେଇ, ରାଜେଶ ନାୟକ, ପ୍ରବୀଣ ପାଢ଼ୀ, ବରୁଣ ନାୟକ, ନୀଳମାଧବ ନାୟକ ଏବଂ ଜିତେନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମଟିରେ ମହାବିଦ୍ୟାଳୟର ପାଖାପାଖି ଶହେରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗାନ୍ଧୀ ଦର୍ଶନକୁ ଜୀବନରେ ପ୍ରତିଫଳିତ କରିବା ପାଇଁ ପ୍ରେରିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ