ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଣୀ ସାରଥୀ ଥିଲେ କବିବର ରାଧାନାଥ ରାୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଆମ ଭୁବନେଶ୍ୱର, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, କାବ୍ୟ ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ କବିବର ରାଧାନାଥ ରାୟଙ୍କ ୧୭୫ତମ ଜୟନ୍ତୀ ସ୍ଥାନୀୟ ମୁଖ୍ୟ ଡାକପାଳ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ସ୍ୱର୍ଗତ ରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, କାବ୍ୟ ରଚନା ତଥା ମା’ ମାଟି, ମାତୃଭାଷା ନିମିତ୍ତ ସମର୍ପିତ ଭାବରେ କାର୍ଯ୍ୟ କରିଆସୁଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାଙ୍କ କାଳଜୟୀ କାବ୍ୟ “ଚିଲିକା”ର ପ୍ରାସଙ୍ଗିକତା ଆଜି ମଧ୍ୟ ପାଠ୍ୟପୁସ୍ତକରେ ସ୍ଥାନ ପାଇ ଘରେଘରେ ଆଦୃତ ହୋଇପାରିବା ସହିତ ସମାଜରେ ସାହିତ୍ୟ ମାଧ୍ୟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲେ । ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ପ୍ରଗାଢ଼ ଜ୍ଞାନ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ତାଙ୍କର ରଚନା ବେଶ୍ ମନୋମୁଗ୍ଧକର ହୋଇପାରିଥିଲା । ଏହି ଅବସରରେ ପୂଜ୍ୟପୂଜା ପ୍ରାଣ ଗିରିଜା ଶଙ୍କର ମହାପାତ୍ରଙ୍କୁ କବିବର ରାଧାନାଥ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ସଂଯୋଜକ ନାରାୟଣ ଓଝା, ବିଜୟ ପରିଡ଼ା, ନରେନ ସାହୁ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ତନ୍ମୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।