ଗଣେଷ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ହାଇସ୍କୁଲ୍ ଛକ ଠାରେ ଗଣେଷ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ଗତ ଦୁଇ ବର୍ଷ କୋଭିଡ କଟକଣା ପାଇଁ ପୂଜା ମଣ୍ଡପ ରେ ଫିକା ପଡ଼ିଥଲା ଏହି ବର୍ଷ ଯେପରି ଧୁମ୍ ଧାମରେ ପାଳନ ହେବ ମା ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ତାହା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ପରେ ଶୁଭ ଖୁଣ୍ଟି ସ୍ଥାପନ ପାଇଁ ନିଷ୍ପି ନେବା ପରେ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥାଇ କର୍ତ୍ତା ଭାବେ ବୃନ୍ଦାବନ ସାମନ୍ତରାୟ ପୂଜାରେ ବସିଥିଲେ ପଣ୍ଡିତ ଶିବଶଙ୍କର ପଣ୍ଡା ପୂଜାର୍ଚ୍ଚନା କରିବା ପରେ ଶୁଭ ଖୁଣ୍ଟି ସ୍ଥାପନ କରା ଯାଇଛି ଘଣ୍ଟ ଶଙ୍ଖ ନାଦରେ କମ୍ପି ଉଠିଥିଲା ଛକ


