ରାଜ୍ୟର ୫ଟି ସ୍ଥାନରେ ପ୍ରସ୍ତୁତ ହେବ ବାୟୋଡିଜେଲ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରାଯିବ । ଏଥିପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍‌(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶରେ ବାୟୋଡିଜେଲକୁ ପ୍ରୋତ୍ସାହନ ଦେବା ପାଇଁ ତୈଳ ବିପଣନ କମ୍ପାନୀମାନେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ବାହାର ପାଇଁ ପ୍ରଥମେ ଦେଶର ୧୦୦ଟି ସ୍ଥାନ ଚିହ୍ନଟ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଂଖ୍ୟାକୁ ୨୦୦ ସ୍ଥାନକୁ ବୃଦ୍ଧି କରାଯାଇଛି । ଏଥିପାଇଁ ବାୟୋଡିଜେଲର ମୂଲ୍ୟ କ୍ରମାଗତ ୩ ବର୍ଷ ପାଇଁ ସ୍ଥିର ହୋଇଛି । ପ୍ରଥମ ବର୍ଷ ପାଇଁ ଲିଟର ପ୍ରତି ୫୧ ଟଙ୍କା, ଦ୍ୱିତୀୟ ବର୍ଷ ପାଇଁ ୫୨ ଟଙ୍କା ୭ ପଇସା ଓ ତୃତୀୟ ବର୍ଷ ପାଇଁ ଯଥାକ୍ରମେ ୫୪ ଟଙ୍କା ୫ ପଇସା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମୂଲ୍ୟରେ ଅତିରିକ୍ତ ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗିବ ।
ଓଡ଼ିଶାର ୫ଟି ସ୍ଥାନ ସମେତ ଉତ୍ତରପ୍ରଦେଶର, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, କେରଳ, ପଞ୍ଜାବ, ହରିୟାଣା, ଛତିଶଗଡ, ହିମାଚଳ ପ୍ରଦେଶ, ଆସାମ, ଗୋଆ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡ ଭଳି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକାଧିକ ଏହିପରି ପ୍ରକଳ୍ପ ସ୍ଥାପନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଆଇ) ସୂଚନାନୁସାରେ ଗତ ଅଗଷ୍ଟ ୧୦ ତାରିଖରେ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର୍ ଇନଟ୍ରେଷ୍ଟ୍ (ଇଓଆଇ)କୁ ଉନ୍ମୋଚନ କରାଯାଇଥିଲା । ସେହିଦିନ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍‌)ର ଏକ ଷ୍ଟିକରର ଉନ୍ମୋଚନ କରାଯିବା ସହ ସହ ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ