ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୧୪୫ତମ ଜୟନ୍ତୀ ଉତ୍ସବ ଚାରିଛକ ଠାରେ ପାଳିତ ହୋଇଯାଇଛି ।ଉତ୍କଳମଣି ଗୋପବନ୍ଧୁ ଦାସ ଟ୍ରଷ୍ଟ ପକ୍ଷରୁ ସମାଜ ସେବି ଲକ୍ଷ୍ମୀଧର ନାୟକ ,ଚନ୍ଦ୍ରକାନ୍ତ ଦଳାଇ ,ସନାତନ ପାତ୍ର ,ଡଃ କେଦାରନାଥ ସାହୁ, କାହୁଁ ଚରଣ ବେହେରା ,ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ ।ପରେ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।