ମହାରଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ , ଇସ୍ତଫା ଦେଲେ ଅଜିତ
ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ) : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦୀର୍ଘ ଏକ ମାସ ଧରିୁ ରାଜନୈତିକ ହଟଚମଟ ଦେଖାଯାଉଥିବାବେଳେ ଆଜି ମହାରଷ୍ଟ୍ର ରାଜନୀତି ନୂଆ ମୋଡ ନେଇଛି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହାଫଳରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫର୍ଡାନବିସଙ୍କୁ ଶକ୍ତ ଧକ୍କା ଲାଗିଛି । କାରଣ ଆଜି ସୁପ୍ରିମ କୋର୍ଟ କହିଛନ୍ତି , ଆସନ୍ତା କାଲି ଅପରାହ୍ନ ୫ଟା ସୁଦ୍ଧା ଦେବେନ୍ଦ୍ର ଫର୍ଡନାବିସ ଆସ୍ଥା ଭୋଟ ଲୋଡିବେ ।