ମଉଳିଲା ଅପରେସନ କମଲ

ଦୁଇଦିନ ତଳେ ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନାବିସ ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଗଣମାଧ୍ୟମକୁ ସୁଚନା ଦେଇଥିବା ଜଣାପଡିଛି । ତେବେ ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି , ମଙ୍ଗଳବାର ସଂନ୍ଧାରେ ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିବେ । ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଇସ୍ତଫା ଦେବାପରେ ସଂଖ୍ୟାଲଘୁର ଶିକାର ହୋଇଥିଲା ଦେବେନ୍ଦ୍ର ଫର୍ଡନାବିସଙ୍କର ସରକାର । ତେବେ ଶିବସେନା , ଏନସିପି ଓ କଂଗ୍ରେସ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଚାହିଁ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ