ସବୁଠୁ ଶସ୍ତା ମୂଲ୍ୟରେ ବ୍ରାଣ୍ଡେଡ ପୋଷାକ ମିଳୁଥିବା ସ୍ଥାନ

ସମସ୍ତେ ଚାହିଁଥାଆନ୍ତି ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବା ପାଇଁ । ମାତ୍ର ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଯଦି ଆପଣ ବ୍ରାଣ୍ଡେଡ ପୋଷାକ ଅତି ଶସ୍ତାରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ସେକେଣ୍ଡ ହ୍ୟାଣ୍ଡ ମାର୍କେଟକୁ ଯାଇପାରନ୍ତି । ଏଠାରେ ଆପଣଙ୍କୁ ପ୍ରଚୁର ପରିମାଣରେ ବ୍ରାଣ୍ଡେଡ ପୋଷାକ ମିଳିବ । ଖାଲି ଏଥିରେ ଏତିକି ପାର୍ଥକ୍ୟ ରହିଛି ଯେ ଏହା ନୂଆ ନୁହେଁ । ଏହା ଚୋରି ମାଲ କିମ୍ବା ସେକେଣ୍ଡ ହ୍ୟାଣ୍ଡ ଜିନିଷ । ଦିଲ୍ଲୀରେ କନ୍ନାଟ ପ୍ଲେସ୍‌, ମଜନୁ ଟିଲା, ରଘୁବୀର ନଗର, କରୋଲ ବାଗ, ଇନ୍ଦ୍ରପୁରୀ, ଲାଲ କିଲା, ଚାନ୍ଦନି ଚୌକ ଆଦି ଏଭଳି ବଜାର ରହିଛି ଯେଉଁଠାରେ ଆପଣଙ୍କୁ କମ୍ ମୂଲ୍ୟରେ ବ୍ରାଣ୍ଡେଡ ପୋଷାକ ମିଳିଥାଏ । କେବଳ ଏତିକି ନୁହେଁ, ଏଠାରେ ଆପଣଙ୍କୁ କିଲୋ ହିସାବରେ ମଧ୍ୟ ପୋଷାକ ମିଳିଥାଏ ।
ଏହା ଏପରି ପୋଷାକ ଯାହାକୁ ଅଧିକାଂଶ ଲୋକ ବ୍ୟବହାର କରିନଥାଆନ୍ତି ଏବଂ ବ୍ୟବସାୟୀଙ୍କୁ ବିକ୍ରି କରିଥାଆନ୍ତି । ଏହି ପୋଷାକ ବିଦେଶ ବ୍ୟତୀତ ପୂରା ଭାରତରେ ହୋଇଥାଏ । ଏହି ବଜାର ପ୍ରାୟତଃ ସନ୍ଧ୍ୟାରେ ଦିଲ୍ଲୀ ରାସ୍ତାରେ ଉପଲବ୍ଧ ହେବ । ମୁମ୍ବାଇରେ ମଧ୍ୟ ଏପରି ପୋଷାକ ମିଳିଥାଏ । ଏଠାରେ ଆପଣଙ୍କୁ ଜିନ୍ସ ସାର୍ଟ ଏବଂ ସାଲୱାର ଆଦି ଶସ୍ତାରେ ମିଳିଥାଏ । ଏହାର ମୂଲ୍ୟ ବିଷୟରେ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇଥାଏ । ମୁମ୍ବାଇର ଏହି ବଜାର ବହୁତ ପୁରୁଣା ଏବଂ ମୁମ୍ବାଇର ଏହି କଳା ବଜାର ପାଖାପାଖି ୧୫୦ବର୍ଷ ପୁରୁଣା ଏବଂ ଏଠାରେ ଆପଣଙ୍କୁ ଶସ୍ତା ଦାମରେ ପୁରୁଣା ପୋଷାକ ଏବଂ ନୂଆ ପୋଷାକ ମିଳିଥାଏ । ଜୟପୁରରେ ଏପରି ଏକ ବଜାର ରହିଛି ଯେଉଁଠାରେ ଆପଣ ପ୍ରତି ରବିବାର କିଣାକିଣି ପାଇଁ ଯାଇ ପାରନ୍ତି । ଏଠାରେ ଆପଣଙ୍କୁ ବହୁତ ଶସ୍ତାରେ ପୋଷାକ ମିଳିଯିବ । ଏଠାରେ ପୋଷାକର ମୂଲ୍ୟ ୨୦ଟଙ୍କାରୁ ଆରମ୍ଭ ହୋଇଥାଏ । ଜୟପୁରର ଏହି ମାର୍କେଟକୁ ହିତୱାଡ଼ା ମାର୍କେଟ ବୋଲି ଜଣା ଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ