ଅଗସ୍ତି ନୂଆଗାଁ ଗ୍ରାମ ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ଅକ୍ଟୋବର ୨ ତାରିଖ ତଥା ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜନ ସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷାଙ୍କ ନିଜ ପଞ୍ଚାୟତ ତଥା ଅଗସ୍ତିନୂଆଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ଓ ଉପାଧ୍ୟକ୍ଷା ଏସ.ଶାରଦା ରେଡ୍ଡୀ ଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦ ଯାତ୍ରା ଅନୁ୍‌ଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଓ ଏସ. କିଶୋର ରେଡ୍ଡୀ, ପୂର୍ବତନସାଂସଦ ପ୍ରତିନିଧୀ ଲକ୍ଷ୍ମୀ ଚରଣ ପାଢି, ପୂର୍ବତନ ବିଧାୟକଙ୍କ ପ୍ରତିନିଧୀ ଏନ. ୱାର୍ଦ୍ଧରାଜୁଲୁ ରେଡ୍ଡୀ. ଯୁବନେତା ବାପି ଦାସ, ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଂଜନ ସାହୁ ଓ ଅଶୋକ କୁମାର ପାଣିଗ୍ରାହୀ , ପୂର୍ବତନ ଛତ୍ରପୁର ବ୍ଲକ ବିଜେଡି ସଭାପତି ସପ୍ନେଶ୍ୱର ନାହାକ, ଆଇନଜିବୀ ପି.ଧର୍ମା ରେଡ୍ଡୀ , ପୋଡାପଦର ସରପଞ୍ଚ ଓ ସମିତି ସଭ୍ୟାଙ୍କ ସମେତ ବହୁ ଛାମୁଆ ନେତା ଏବଂ କର୍ମୀ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ଗୁଡିକ ସମ୍ପର୍କରେ ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ