ଦୁଇ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା  ବୁଗୁଡା ବ୍ଲକ ଅନ୍ତର୍ଗତ ଦଦରାଖୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସୋରଡ଼ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର  ପୋଷାକ ଓ ଜୋତା ବଣ୍ଟନ ମେଳା ସହ ଦଦରାଖୋଲ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଦଦରାଖୋଲ ସ୍କୁଲରେ ଅନୁଷ୍ଠିତ ଉଭୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଲୋକନାଥ ବେହେରା ଅଧ୍ୟକ୍ଷତା କରିଥିଲେ।ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରେବତୀ ମୋହନ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବରାଜ ବେହେରା,ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ନାଏବ ସରପଞ୍ଚ ସୁବସିନୀ ନାୟକ,ସମିତି ସଭ୍ୟା ସୁପ୍ରଭା ନାୟକ,ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପୋଲାଇ,ଏସଏମସି ସଭାପତି ବସନ୍ତ କୁମାର ରାଉତ ଓ ସିଆରସିସି ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ସଂଯୋଜନା କରିଥିଲେ।ସେହିପରି ସୋରଡ଼ ସ୍କୁଲରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ଏ କରଡ଼ାବାଡ଼ି ସରପଞ୍ଚ ଖଦାଳି ପ୍ରଧାନ,ଏସଏମସି ସଭାପତି ଭଞ୍ଜ କିଶୋର ସ୍ୱାଇଁ,ବାଲିପଦର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ସ୍ୱାଇଁ,ପ୍ରଧାନ ଶିକ୍ଷକ ଦିଲ୍ଲୀପ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବାଡତ୍ୟା,ସିଆରସିସି ଡ଼ି ବାସୁଦେବ ଦୋରା ଯୋଗଦେଇଥିଲେ।ଉଭୟ ସ୍କୁଲରେ ଅତିଥିମାନେ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ