ସମ୍ବିଧାନ ଏକ ପବିତ୍ର ଗ୍ରନ୍ଥ ଯାହା ନାଗରିକଙ୍କୁ ସମ୍ମାନ ଦେଇଛି : ପ୍ରଧାନମନ୍ତ୍ରୀ ମୋଦୀ

ସଂସଦର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ ୭୦ତମ ସମ୍ବିଧାନ ଦିବସ ସମାରୋହରେ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମ୍ବିଧାନର ସନ୍ନିବିଷ୍ଟ ଶକ୍ତି ବିଷୟରେ ଉଲ୍ଲେଖ କରିବା ସହ ଏହାଦେଶର ଅଖଣ୍ଡତାକୁ ବଜାୟ ରଖି ଆମମାନଙ୍କୁ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସାମର୍ଥ୍ୟ ପ୍ରଦାନ କରିଥିବା କହିଛନ୍ତି । ସମ୍ବିଧାନ ଦିବସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏମିତି କିଛି ଅବସର ଓ ଦିବସ ଥାଏ ଯାହା ଅତୀତ ସହ ଆମ ସମ୍ପର୍କକୁ ସୁଦୃଢ଼ କରିଥାଏ । ଏଗୁଡ଼ିକ ଆମକୁ ଉନ୍ନତ ଭବିଷ୍ୟତ ଦିଗରେ ଆଗେଇ ଆସିବା ଲାଗି ଅନୁପ୍ରାଣିତ କରିଥାନ୍ତି । ଆଜି ୨୬ ନଭେମ୍ବର ହେଉଛି ଏକ ଐତିହାସିକ ଦିନ । ୭୦ ବର୍ଷ ତଳେ ଆଜିର ଦିନରେ ଆମେ ବିଧିବଦ୍ଧ ଭାବେ ଆମର ମହାନ ସମ୍ବିଧାନକୁ ଗ୍ରହଣ କରିଥିଲୁ ।”ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ସଭାରେ ବ୍ୟାପକ ଚର୍ଚ୍ଚା ଓ ବିଚାରବିମର୍ଷ ପରେ ସମ୍ବିଧାନ ସୃଷ୍ଟି ହୋଇଥିଲା । ଦେଶକୁ ସମ୍ବିଧାନ ଦେବା ଲାଗି ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । “ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସମ୍ବିଧାନରେ ନାଗରିକଙ୍କ ଅଧିକାର ସହିତ ସେମାନଙ୍କ କର୍ତବ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ଆମ ସମ୍ବିଧାନର ଏକ ସ୍ୱତନ୍ତ୍ର ଦିଗ । ଜାତିର ପିତା ମହାତ୍ମା ଗାନ୍ଧୀ ଅଧିକାର ଓ କର୍ତବ୍ୟ ମଧ୍ୟରେ ସମ୍ପର୍କ ଓ ସନ୍ତୁଳନକୁ ଖୁବ ଭଲ ଭାବେ ବୁଝିଥିଲେ । ସମ୍ବିଧାନରେ ନିହିତ କର୍ତବ୍ୟର ପାଳନ କରିବା ଲାଗି ଭାବନା ବିକଶିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ