ସିପିଆଇ ଟାଉନ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ବାଲେଶ୍ୱର ଟାଉନ କମିଟି ବୈଠକ ଉଠା ଜଳସେଚନ କର୍ମଚାରୀ ଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲା ସଂପାଦକ ନିରଞ୍ଜନ ବାରିକ ଯୋଗଦେଇ ନିକଟ ଅତୀତରେ ବିଜୟୱାଡ଼ାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସମ୍ମିଳନୀର ବିବରଣୀ ଉପସ୍ଥାପିତ କରିଥିଲେ । ସମ୍ପ୍ରତିକ ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରରେ ଥିବା ରାଜନୈତିକ ଦଳମାନଙ୍କ କାର୍ଯ୍ୟଧାରା ଓ ସିପିଆଇର ଆଭିମୁଖ୍ୟ ସଂପର୍କରେ ସେ ବିଶଦ ଭାବେ ଅବଗତ କରାଇଥିଲେ ।କେନ୍ଦ୍ର ସରକାରଙ୍କ ଜନଗଣ ବିରୋଧି ନୀତିକୁ ପ୍ରତିବାଦ କରିବା ପାଇଁ ବାମ ଓ ଧର୍ମନିରପେକ୍ଷ ଶକ୍ତିମାନଙ୍କୁ ସଂଗଠିତ କରି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଜନଦାବିରେ ଲୋକଙ୍କୁ ସଂଗଠିତ କରିବାକୁ ଜାତୀୟ ସମ୍ମିଳନୀ ଆହ୍ୱାନ ଦିଆଯାଇଛି ବୋଲି ଶ୍ରୀ୍ ବାରିକ ସୂଚନା ଦେଇଥିଲେ । ଦେଶର ସଂବିଧାନ ସୁରକ୍ଷା ପାଇଁ ସମସ୍ତ ଦେଶପ୍ରେମୀ ଐକ୍ୟବଦ୍ଧ ହେବାକୁ ପଡ଼ିବ । ଏହି ବୈଠକରେ ସ୍ଥାନୀୟ ସମସ୍ୟା ନେଇ ଜିଲ୍ଲାସ୍ତରରେ ଆନ୍ଦୋଳନପାଇଁ ଓ ପାର୍ଟିର ସଭ୍ୟସଂଖ୍ୟା ବୃଦ୍ଧିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦ୍ୟୁତ୍ ଗ୍ରାହକ, ନିର୍ମାଣ ଶ୍ରମିକ ଠିକା କର୍ମଚାରୀ, ବନ୍ଦ କଳକାରଖାନାକୁ ଚାଲୁ କରିବା, ସରକାରୀ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ବାସହୀନ ଓ ଭୀମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରଭୃତି ସମସ୍ୟାକୁ ନେଇ ଆନ୍ଦୋଳନରେ ସମସ୍ତ ବର୍ଗର ଜନତା ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଆଲୋଚନାରେ ଭାଗବତ ପ୍ରତିହାରୀ, ଶ୍ୟାମସୁନ୍ଦର ଜେନା, ନିରଞ୍ଜନ ରାଉତ, ନିରଞ୍ଜନ ପରିଡ଼ା, ଭରତ ଚନ୍ଦ୍ର ସେଠୀଙ୍କ ସମେତ ସଦର ଅଞ୍ଚଳ ସଂପାଦକ ଯତୀନ୍ ପାତ୍ର, ମହିଳା ସମିତି ସଭାନେତ୍ରୀ ବନ୍ଦନା ବିଶ୍ୱାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଟାଉନ୍ ଅଞ୍ଚଳ କମିଟି ସଂପାଦକ ଆଶୁତୋଷ ପରିଡ଼ା ଆଲୋଚନାର ବିଷୟ ଆଗତ କରିଥିବାବେଳେ ସହ-ସଂପାଦକ ଜୟନ୍ତ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ପାର୍ଟିର ପ୍ରଥମ ରାଜ୍ୟ ସଂପାଦକ ସ୍ୱର୍ଗତ ଭଗବତୀ ପାଣିଗ୍ରାହୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ