ଗାଁ ସାଥୀ ମେଟଙ୍କ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର କେରେଡି ଗ୍ରାମପଂଚାୟତ ମିଶନ ଶକ୍ତି ଗୃହ ଠାରେ କନ୍ଧମାଳ ଜିଲ୍ଲାର ୨୦୦୮ ମସିହା ଠାରୁ କାର୍ଯ୍ୟରତ ଗାଁ ସାଥୀ /ମେଟ ଙ୍କୁ ନେଇ ଜିଲ୍ଲା ସଂଯୋଜକ ପ୍ରଦୀପ କହଁରଙ୍କ ନେତୃତ୍ଵରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପଦେଷ୍ଟା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରା, ଜିଲ୍ଳା ଗାଁ ସାଥୀ ମେଟ ସଭାପତି ବିରୂପାକ୍ଷ ମଲ୍ଲିକ, ସମ୍ପାଦକ ବିଚିତ୍ରବୀର୍ଯ୍ୟ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ l ଏହି ବୈଠକରେ ୧୨ ଗୋଟି ବ୍ଳକର ଗାଁ ସାଥୀ ମେଟ୍ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l ଜିଲ୍ଲାର ଗାଁ ସାଥୀ ମେଟଙ୍କ ବିଭିନ୍ନ ସମସ୍ଯା ଉପରେ ଆଲୋଚନା କରାଯାଇ ଥିଲା l ଏଥି ସହିତ ଆସନ୍ତା ୨୮/୧୦/୨୦୨୨ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା l ବିଶେଷ କରି କୋଭିଡ- ୧୯ ସମୟରେ ସରକାର ଙ୍କ ନିୟମ ମାନି କୋଣସି ଗୋଟିଏ ବୈଠକ ହୋଇ ପାରି ନଥିଲା lଏହାର ସୁଯୋଗରେ ଆତ୍ମ ଘୋଷିତ ଜିଲ୍ଲା ସଭାପତି ବିପିନ ଦିଗାଲ ବ୍ଲକ ବ୍ଲକ ବୁଲି ବୈଠକ କରି ସରକାର ପ୍ରଶାସନଙ୍କ ବିରୋଧରେ ଉସକାଇ ରାଲି କରିବା ପରିଚୟ ପତ୍ର ପାଇ ଗୋଟିଏ ପିଲା ପ୍ରତି ୫୦୦ ଟଙ୍କା ଚାନ୍ଦା ଆଦାୟ କରି ରାଲି ପାଇଁ ଯୋଜନା କରିବା ଗୋଟିଏ ଗୋଟିଏ ବ୍ଳକ ରୁ ୨୦୦୦ ଟଙ୍କା ଆଦାୟ କରି କାର୍ଯ୍ୟରତ ପିଲାମାନଙ୍କୁ ହଇରାଣ କରାଯାଉଛି l ନିକଟରେ ଚକାପାଦ ବ୍ଲକର ବିଡିଓ, ଏପି ଓ ଚେୟାରମ୍ଯାନ ଙ୍କ ଉପସ୍ଥିତିରେ ଆରାବାକା ଗ୍ରାମପଂଚାୟତ ଠାରେ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା l ଯେଉଁ ପିଲା ମାନେ ୫୦୦ ଟଙ୍କା ଦେଇଥିଲେ ସେମାନଙ୍କୁ ପରିଚୟ ପତ୍ର ଦିଆଗଲା l ଏବଂ ଯେଉଁମାନେ ଟଙ୍କା ଦେଇପାରିଲେ ନାହିଁ, ତାଙ୍କୁ ପରିଚୟ ପତ୍ର ଦିଆଗଲା ନାହିଁ l ଏହା ଏକ ପାତର ଅନ୍ତରର ବିଷୟ ଅଟେ l ସରକାରୀ ସ୍ତରରେ ଏଭଳି ଘଟଣା ଉଚିତ୍ ନୁହେଁ ବୋଲି ଉପଦେଷ୍ଟା ସତ୍ୟନାରାୟଣ ବେହେରା ଏବଂ ସଂଯୋଜକ ପ୍ରଦୀପ କହଁର ଦୁଃଖ ପ୍ରକାଶ କରିଥିଲେ l ଏଥିପ୍ରତି ପ୍ରଶାସନ ସଜାଗ ହେବା କଥା ବୋଲି ଶ୍ରୀ ବେହେରା କହିଥିଲେ l ବର୍ତ୍ତମାନ ଖଜୁରୀପଡ଼ା, ଫୁଲବାଣୀ ବ୍ଲକ୍ ରେ ମଧ୍ଯ ଟଙ୍କା ଆଦାୟ ଚାଲିଛି ପରିଚୟ ପତ୍ର ବାଣ୍ଟିବା ପାଇଁ l ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ନିହାତି ଜରୁରୀ l