ଟ୍ରକ୍ ସହ ମୋଟରସାଇକେଲ୍ ଧକ୍କା; ମୋଟରସାଇକେଲ୍ ଚାଳକ ଗୁରୁତର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସକାଳ ଏଗାରଟା କୋଡ଼ିଏ ମିନିଟ୍ ସମୟରେ OD19L9246 ନମ୍ଵର୍ ବିଶିଷ୍ଟ ଏକ ଟ୍ରକ୍ ଜଗନ୍ନାଥପ୍ରସାଦ ପଟୁ ଆସି ବେଲଗୁଣ୍ଠା ହାଟପଦା ଠାରେ ବାଲିପଦର ଅଭିମୁଖେ ବୁଲାଉ ଥିବା ବେଳେ ବାଲିପଦର ପଟୁ ଏକ ହିରୋହଣ୍ଡା ମୋଟରସାଇକେଲ୍ ରେ ପନ୍ତିଖାରୀ ଯାଉଥିବା କୁଡୁତାଇ ଭଗବାନପୁର ଗ୍ରାମର ଆଦର୍ଶ ନାୟକ (୩୦) ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲେ I ଆଦର୍ଶ ସମ୍ପୃକ୍ତି ଟ୍ରକ୍ ଏବଂ ଏକ ବସ୍ ମଧ୍ୟରେ ଚାପି ହୋଇଯିବା ଯୋଗୁଁ ତାଙ୍କର ଅଣ୍ଟା ଭାଙ୍ଗିଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିବା I ସ୍ଥାନୀୟ ପୁଲିସ୍ ଏବଂ ଜନ ସାଧାରଣ ଆଦର୍ଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ଭଞ୍ଜନଗରରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି I ବେଲଗୁଣ୍ଠା ପୋଲିସ୍ ଟ୍ରକ୍ କୁ ଜବତ କରିବା ସହ ଟ୍ରକ୍ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ