ଓଡ଼ିଶା ଡ୍ରାଇଭର ମହାସଂଘ ମୟୁରଭଞ୍ଜ ଶାଖା ପକ୍ଷରୁ ଅଭିନଵ ପ୍ରତିବାଦ ଦଣ୍ଡଯାତ୍ରା ରେ ଗଲେ ଡ୍ରାଇଭର

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ କରୋନା ମହାମାରୀ ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୈାଣସି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ତେଣୁ ପୁନର୍ବାର ନବୀନ ନିବାସ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ନେତୃ ମଣ୍ଡଳୀ ଏକ ପଦଯାତ୍ରାରେ ବାହାରିଛନ୍ତି। ସେମାନଙ୍କୁ ସାହାସ ଧର୍ଯ୍ୟ ଓ ସମବେଦନା ଜଣାଇବା ପାଇଁ ଡ୍ରାଇଭର ମହାସଂଘ ମୟୁରଭଞ୍ଜ ଶାଖା ପକ୍ଷରୁ ଆଜି ମୟୁରଭଞ୍ଜ ର ଅଧିଷ୍ଠାତ୍ରୀ ଦେବୀ ମା କୀଚକେଶ୍ୱରୀ ମନ୍ଦିର ଖିଚି° ଠାରେ ପୂଜା ଅର୍ଚ୍ଚନା କରି ଏକ ଦଣ୍ଡଯାତ୍ରା ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଶିବ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଅତିଥି ମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ସଭାପତି ବିଜୟ କୁମାର ଦାସ, ଉପସଭାପତି କ୍ରିଷ୍ଣା ନାଏକ, ସମ୍ପାଦକ ଘନଶ୍ୟାମ ମହାନ୍ତ,ସହ ସମ୍ପାଦକ ଯତିନ୍ଦ୍ର ମହାନ୍ତ କୋଷାଧ୍ୟକ୍ଷ ରାଜକୃଷ୍ଣ ମହାକୁଡ଼ ତଥା ଜିଲ୍ଲାର ସମସ୍ତ ୨୭ ବ୍ଲକର ସଭାପତି ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶୁକୃଳି ବ୍ଲକ ସଭାପତି ଭାସ୍କର ଚନ୍ଦ୍ର ଦାସ, ଉପସଭାପତି ରମାକାନ୍ତ ପାତ୍ର, ସମ୍ପାଦକ ଟୁଲୁ ସାହୁ,ସହ ସମ୍ପାଦକ ବାଦି କାରୁଆ ଓ କୋଷାଧ୍ୟକ୍ଷ ସତ୍ୟ ନାଏକ ପରିଚାଳନା କରିଥିବା ବେଳେ ସହସ୍ରାଧିକ ଡ୍ରାଇଭର ମହାସଂଘ ସଦସ୍ୟ ଗଣ ଉପସ୍ଥିତ ରହି ଦଣ୍ଡଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାସଂଘ ପକ୍ଷରୁ ତିନି ଜଣ ସାମ୍ବାଦିକ ଜିତେନ୍ଦ୍ର ରାଜ, ଅଭିଷେକ ପାଣିଗ୍ରାହୀ ଓ ସୁମନ୍ତ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ