୩ହଜାର କୋଟିର ଠକେଇ ଯୋଗୁଁ ବୁଡିଲା ଆମ୍ରପାଲି: ରିପୋର୍ଟ

ମୁମ୍ବାଇ, (ଏଜେନ୍ସି): ରିୟଲ ଇଷ୍ଟେଟ୍ କମ୍ପାନୀ ଆମ୍ରପାଲି ବୁଡ଼ିବାର ସବୁଠାରୁ ବଡ଼ କାରଣ ଘର କ୍ରେତାଙ୍କ ୩ହଜାର କୋଟି ଟଙ୍କାର ଠକେଇ । ଫରେନ୍ସିକ୍ ଅଡ଼ିଟ୍ ରିପୋର୍ଟ ମାଧ୍ୟମରେ ଏହି ତଥ୍ୟ ସମ୍ମୁଖକୁ ଆସିଥିଲା । ପ୍ରକାଶ ଯେ ସୁପ୍ରିମକୋର୍ଟ ଘର କ୍ରେତାଙ୍କ ଟଙ୍କା ଦୁରୁପଯୋଗର ସନ୍ଧାନ ଲଗାଇବା ପାଇଁ ୭ମାସ ପୂର୍ବରୁ ଫରେନ୍ସିକ୍ ଅଡ଼ିଟ୍ର ଆଦେଶ ଜାରି କରିଥିଲେ । ସୁପ୍ରିମକୋର୍ଟରେ ଅଡ଼ିଟର୍ ରବି ଭାଟିଆ ତଥା ପବନ ଅଗ୍ରୱାଲ୍ ୨ହଜାର ପୃଷ୍ଠା ବିଶିଷ୍ଠ ଏକ ରିପୋର୍ଟ ଜମା କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଗ୍ରୁପ୍ ଟଙ୍କାର ଠକେଇ ପାଇଁ ୧୦୦ରୁ ଊଦ୍ଧ୍ୱର୍ ଭୂତ କମ୍ପାନୀ ସୃଷ୍ଟି କରିଥିଲା । ଏହି କମ୍ପାନୀଗୁଡ଼ିକ କମ୍ପାନୀର ଅଧିକାରୀଙ୍କ ସହିତ ଏକ ଚପରାସୀଙ୍କ ନାମ ମଧ୍ୟ ସମ୍ମୁଖକୁ ଆସିଥିଲା । ଯାହାକୁ କମ୍ପାନୀର ଏକ ବରିଷ୍ଠ ପଦରେ ଥିବା ଦର୍ଶାଯାଇଥିଲା । ଏହି ଟଙ୍କାର ବ୍ୟବହାର କମ୍ପାନୀର ନିର୍ଦ୍ଦେଶକ, ଅଧିକାରୀ ଓ ତାଙ୍କ ସମ୍ପର୍କୀୟମାନେ ବ୍ୟକ୍ତିଗତ ଲାଭ ପାଇଁ କରିଥିଲେ । ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ କମ୍ପାନୀ ବଜାରର ପରିସ୍ଥିତିଗୁଡ଼ିକ ପରିବର୍ତ୍ତନ କରିବା ତଥା ନିବେଶର ଭୁଲ୍ ନିଷ୍ପତ୍ତି ନେବା କାରଣରୁ ନୁହେଁ ବରଂ ଏହା ଗ୍ରୁପ୍ର ମାଲିକଙ୍କ ଦ୍ୱାରା ଜାଣିଶୁଣି କରାଯାଇଥିବା ଅପରାଧିକ କାର୍ଯ୍ୟ ଯୋଗୁଁ ବୁଡ଼ିଛି । ସୁପ୍ରିମ୍କୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ ଫରେନ୍ସିକ୍ ଅଡ଼ିଟ୍ର ଆଦେଶ ଜାରି କରିଥିଲେ । ଘରର ଶତାଧିକ କ୍ରେତାଙ୍କ ଯାଚିକାର ଶୁଣାଣୀ କରୁଥିବା ଜଷ୍ଟିସ୍ ଅରୁଣ ମିଶ୍ର ଓ ୟୁ ୟୁ ଲଳିତ ନିଜ ଓକିଲ ଏମ୍.ଏଲ୍. ଲାହୋଟିଙ୍କୁ ଅଡ଼ିଟର୍ମାନେ ନିଜ ରିପୋର୍ଟ ପ୍ରଦାନ କରିଥିବା ସୂଚନା ଦେଇଥିଲେ । ଏହି ରିପୋର୍ଟର ଯାଞ୍ଚ ସୁପ୍ରିମକୋର୍ଟ ଏପ୍ରିଲ୍ ୯ରେ କରିବେ । ଉଲ୍ଲେଖନୀୟ ଯେ ଆମ୍ରପାଲି ହାଉସିଂ ପ୍ରକଳ୍ପରେ ପାଖାପାଖି ୪୬ହଜାର ଲୋକ ନିବେଶ କରିଛନ୍ତି । ହେଲେ ସେମାନଙ୍କୁ ଫ୍ଲାଟ୍ ଦିଆଯାଇ ନାହିଁ । ଋଣଦାତା ବ୍ୟାଙ୍କ୍ ଦ୍ୱାରା କମ୍ପାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ପରେ କ୍ରେତାମାନେ ସୁପ୍ରିମ୍କୋର୍ଟର ସ୍ଥିତି ପରଖିଥିଲେ । ଯାହା ଉପରେ କୋର୍ଟ ଘରର କନ୍ଷ୍ଟ୍ରକସ୍ନ ତଦାରଖ କରିବାର ନିଷ୍ପତ୍ତି ନେଇଥିଲେ । ଏଥିସହିତ କୋର୍ଟ କ୍ରେତାଙ୍କ ହିତ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଆଶ୍ୱସନା ଦେଇଥିଲେ । ଲୋକଙ୍କ ଟଙ୍କା କେଉଁଠାରେ ନିବେଶ କରାଯାଇଛି, ତାହାର ସନ୍ଧାନ ଲଗାଇବା ପାଇଁ କୋର୍ଟ ୪୬ପଞ୍ଜିକୃତ କମ୍ପାନୀର ଫରେନ୍ସିକ୍ ଅଡ଼ିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ସମ୍ମୁଖକୁ ଆସିବା ପରେ କୋର୍ଟର ଆଶଙ୍କା ସତ୍ୟ ସାବ୍ୟସ୍ତ ହୋଇଥିଲା । ଯେଉଁଥିରେ ଗ୍ରୁପ୍ ଘର କ୍ରେତାଙ୍କ ଟଙ୍କା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରିଥିବା ଜଣାପଡ଼ିଥିଲା । ତେବେ ଅଡିଟର୍ସ କୋର୍ଟକୁ ସନ୍ଦିଗ୍ଧ ଓ ବେନାମୀ ଘର କ୍ରେତାଙ୍କ ଏକ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି । ଏମାନଙ୍କ ନାମରେ ଲକ୍ଷାଧିକ ମୂଲ୍ୟର ଫ୍ଲାଟ୍ ଅତ୍ୟନ୍ତ କମ୍ ମୂଲ୍ୟରେ ବୁକ୍ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ