୫ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟ ନାଁରେ ସାମୁହିକ ଅର୍ଥ ହରିଲୁଟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟ ଯୋଜନାରେ ବିଦ୍ୟାଳୟର ରୂପରେଖ, ଶୈକ୍ଷିକ ସ୍ଥିତିର ସୁଧାର ଓ ପାରିପାର୍ଶ୍ବିକ ବିକାଶ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରେଣୀ ଗୃହ ନବୀକରଣ, ଟାଇଲ କାମ, ରଂଗ କାମ, ପ୍ରାଚୀର ନିର୍ମାଣ କାର୍ଯ୍ୟ, ବାଳିକା ହଷ୍ଟେଲ ନବୀକରଣ କାମ, ବିଦ୍ୟାଳୟର ବିଦ୍ୟୁତ କରଣ କାର୍ଯ୍ୟ, ଶ୍ରେଣୀ ଗୃହ ଟାଇଲ ବିଛା କାମ ଆଦି ଗତ ୨ମାସ ତଳେ ପୂର୍ତ୍ତବିଭାଗ ଦ୍ବାରା ସଂପାଦିତ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟକୁ ୫ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ ଯୋଜନାରେ ରାଜ୍ୟ ସରକାର ଅନ୍ତର୍ଭୁକ୍ତ କରିଛନ୍ତି। ପୂର୍ବରୁ ଏହି ବିଦ୍ୟାଳୟର ୫ଟି ଅନ୍ତର୍ଗତ ଅଧିକାଂଶ କାର୍ଯ୍ୟ ପୂର୍ତ୍ତବିଭାଗ ଦ୍ବାରା ସଂପାଦିତ ହୋଇଛି। ୫ଟି ଯୋଜନା ଅନୁସାରେ ରଂଗ କାମ, ଟାଇଲ ବିଛା କାମ, ବିଦ୍ୟୁତ କାମ ଆଗରୁ କରାଯାଇଥିବା ବେଳେ ବର୍ତ୍ତମାନ ୫ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟ ପାଇଁ ଏଯାବତ ସରକାରୀ ଅନୁଦାନ ଆସି ନାହିଁ। ମାତ୍ର ଗୋପ ବ୍ଲକ ପ୍ରଶାସନ ଜଣେ ଠିକାଦାରଙ୍କୁ ଏହି କାର୍ଯ୍ୟ କରିବା ପାଇଁ କେଉଁ ସରକାରୀ ନିର୍ଦ୍ଦେଶନାମା ଆଧାରରେ ଦାୟିତ୍ବ ଅର୍ପଣ କଲେ ତାହା ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ଅଂଗଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏହି ବିଦ୍ୟାଳୟର ଅଧିକାଂଶ କାର୍ଯ୍ୟ ୨ମାସ ତଳେ ପୂର୍ତ୍ତବିଭାଗ ଦ୍ବାରା କରାଯାଇଥିବା ବେଳେ ସାମୁହିକ ଭାବେ ୫ଟି ଅନ୍ତର୍ଗତ ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟ ନାମକୁ ମାତ୍ର କରି ଲକ୍ଷାଧିକ ଟଙ୍କା ହଡପ କରିବା ପାଇଁ ଏକ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇଛି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଏହି ବିଦ୍ୟାଳୟରେ ପୂର୍ବରୁ ପୂର୍ତ୍ତବିଭାଗ ଦ୍ବାରା କରାଯାଇଥିବା କାର୍ଯ୍ୟର ତଦାରଖ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇ ଅନ୍ୟ ବ୍ଲକର ଅଧିକାରୀ ମାନଙ୍କୁ ଏଥିରେ ସାମିଲ କରି ଏହି ଅର୍ଥ ହଡପ ପାଇଁ ହୋଇଥିବା ମାଷ୍ଟର ପ୍ଳାନକୁ ଭଣ୍ଡୁର କରିବା ଏହାର ବିଧିବଦ୍ଧ ତଦନ୍ତ କରାଯିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ର ଅଭିଭାବକ ଓ ସାମ୍ବାଦିକ ମହଲରେ ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ଏହି ବିଦ୍ୟାଳୟରେ ଅଧିକାଂଶ କାର୍ଯ୍ୟ ପୁର୍ତ୍ତବିଭାଗ ଦ୍ବାରା କରାଯାଇଥିବା ବେଳେ ରଂଗ କାମ, ଟାଇଲ କାମ ଓ ଶୌଚାଳୟ କାମ ନାମରେ କେତେକ ନ୍ଯସ୍ତ ସ୍ବାର୍ଥ ଅଧିକାରୀ ମାନଙ୍କୁ ହାତ କରି କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାର ଲକ୍ଷାଧିକ ଟଙ୍କା ହଡପ କରିବା ପାଇଁ ଏକ ବିଧିବଦ୍ଧ ଯୋଜନା କରାଯାଇଛି ବୋଲି କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାରୀ ଅର୍ଥ ଅନିୟମିତତା ରୋକିବା ପାଇଁ ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ଠାରେ ପୂର୍ତ୍ତବିଭାଗ ଦ୍ବାରା କରାଯାଇଥିବା କାର୍ଯ୍ୟର ତଦନ୍ତ ପରେ ୫ଟି ଯୋଜନାର କାର୍ଯ୍ୟ ଆରମ୍ଭ କରାଗଲେ ବହୁ ଦୁର୍ନୀତିକୁ ରୋକା ଯାଇପାରିବ ବୋଲି କୋଣାର୍କ ଅଞ୍ଚଳବାସୀ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ