ପୋଖରୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତ ତେଲିଆପଲି ଗ୍ରାମ ଠାକୁରାଣୀ ପୋଖରୀ ରେ ବୁଡ଼ି ଜଣେ ଯୁବକଙ୍କ ମୃତ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକହେଲେ ତେଲିଆପଲି ଗ୍ରାମର ହରିଶଚନ୍ଦ୍ର ମଳିକ (୪୫) l ହରିଶଚନ୍ଦ୍ର ଠାକୁରାଣୀ ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଭିତରକୁ ଚାଲିଯାଇଥିଲେ l ହରିଶଚନ୍ଦ୍ର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ନପାଇ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ।ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଖୋଜା ଖୋଜି କରି ହରିଶଚନ୍ଦ୍ର ଙ୍କୁ ପୋଖରୀରୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ପାଟପୁର ପୋଲିସ ଖବର ପାଇ ଦିଗପହଣ୍ଡି ଡାକ୍ତର ଖାନରେ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ