ରାଜ୍ୟ ସ୍ତରୀୟ ୨ଦିନିଆ ଲେଡିଜ୍ ଫୁଟବଲ ଟୂର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଂଜାମ ଜିଲ୍ଲାର ସଦରମହୁକୁମା ଛତ୍ରପୁର ଠାରେ ଆସନ୍ତା ମାସରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ନେଇ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲେଡିଜ୍ ଫୁଟବଲ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥି ନିମନ୍ତେ ରବିବାର ଛତ୍ରପୁର ଠାରେ ଏକ ପ୍ରସ୍ତୁତି ବୈଠକ ଟୂର୍ଣ୍ଣାମେଣ୍ଟର ଆବାହକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଷମା ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ସବଡିଭିଜନ କ୍ରୀଡା ସଂସଦର ସମ୍ପାଦକ ନବୀନ ଚନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ପ୍ରଦୀଆ ଦାସ ଓ ପୀତାମ୍ବର ପଣ୍ଡା, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସାହୁ , ଡି.ଗଣେଶ ରାଓ, ଭି.ଭେଙ୍କଟରାଓ ଦୋରା, ଶିକ୍ଷାବିତ୍ ଅଜିତ୍ କୁମାର ପଲାଇ ଙ୍କ ସମେତ ବହୁକ୍ରୀଡାବିତ୍ ମାନେ ଯୋଗଦେଇ ଆଗାମୀ ଦିନରେ ଏହି ଦୁଇ ଦିନିଆ ଟୂର୍ଣ୍ଣାମେଣ୍ଟ କିପରୀ ଯାକ ଜକମ ଏବଂ ଶାନ୍ତି ଶୃଙ୍ଖଳାରେ ହେବ ସେଥି ନିମନ୍ତେ ଆଲୋଚନା କରିଥିଲେ । ଏହି ଟୂର୍ଣ୍ଣାମେଣ୍ଟ ନିମନ୍ତେ ବିଭିନ୍ନ କମିଟି ଚୟନ କରାଯିବ । ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗ ରେ କିପରି ସଠିକ ଭାବେ ସୁପରିଚାଳାନ ହୋଇପାରିବ ସେଥି ନିମନ୍ତେ ବହୁ ଜଣ ମତାମତ ଦେଇଥିଲେ ।


