୪୦ ତମ ଭକ୍ତି ସଙ୍ଗୀତ ସମାରୋହ ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ସର୍ବ ପୁରାତନ ସଙ୍ଗୀତ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ୪୦ ତମ ବାର୍ଷିକ ଭକ୍ତି ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ମହନ୍ତ ମହାରାଜ ରମାନନ୍ଦ ଦାସଜୀ ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ପୌରଧକ୍ଷା ନିର୍ମଳା ସେଠୀ, ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି, ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ଅନୁଷ୍ଠାନର ଆବାହକ ରାଜ କିଶୋର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ତୀର୍ଥବାସୀ ପଣ୍ଡା, ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ, କାର୍ଯ୍ୟକାରୀ ସଂପାଦକ ରାଜେନ୍ଦ୍ର ରଥ, ଉପସ୍ଥିତ ଥିବା ବେଳେ ସଭାପତି ବସନ୍ତ ଦାସ ସଭାପତିତ୍ବ କରିଥିଲେ, ଭରତ ଭୂଷଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ମନୋଜ୍ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ, ଦୀର୍ଘ ୪୦ ବର୍ଶ ଧରି ଅନୁଷ୍ଠାନ ଧାରବହାକ ଭାବେ ସଙ୍ଗୀତ ଶିକ୍ଷା ଓ ପରିବେଷଣ କରିଥିବା ପ୍ରୟାସ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ, ଏହି ଅବସରରେ ବହୁ ବିଶିଷ୍ଟ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା ପରେ ଅନୁଷ୍ଠାନ ର ମୁଖପତ୍ର ପୁଣ୍ୟତୀର୍ଥ ପୁସ୍ତକ ଉନ୍ମୋଚନ କରାଯାଇଥିଲା,ଦିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଗୌରୀ ପ୍ରସାଦ ରଥ ପରିଚାଳନା କରିଥିବା ବେଳେ ଭୁବନେଶ୍ବର ର ବିଶିଷ୍ଟ କଣ୍ଠଶିଳ୍ପୀ ମହାପ୍ରସାଦ କର, ପ୍ରଶାନ୍ତ ପାଢ଼ୀ, ଗୁରୁ ରଘୁନାଥ ପାତ୍ର, ମାଧବ ପାତ୍ର ଙ୍କ ସହ ଅନୁଷ୍ଠାନ ର କଳାକାର ମାନେ ଅନେକ ସୁନ୍ଦର ଭଜନ ପରିବେଷଣ କରିଥିଲେ। ଦୀର୍ଘ ଦୁଇ ବର୍ଷ ପରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସ୍ନିଗ୍ଧା ମିଶ୍ର, ବିଜୟ ପ୍ରଧାନ, ଗିରିଶ ଚନ୍ଦ୍ର ରଥ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ