ସମୁଦ୍ର ର ନିଷିଦ୍ଧାଞ୍ଚଳ ରେ ମାଳ ମାଳ ଟ୍ରଲର

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ୱ ରେ ବିରଳ ଅଲିଭ ରିଡ଼ଲେ କଇଁଚ ଙ୍କର ବଂଶ ବୃଦ୍ଧି ଓ ଏହାର ସୁରକ୍ଷା କୁ ନେଇ ସମସ୍ତ ଦେଶ ଅଣ୍ଟା ଭିଡି ବିଭିନ୍ନ ନୀତିନିୟମ ସହିତ କଟକଣା ମାନ ଲାଗୁକରି କାର୍ଯ୍ୟ କରିଥାନ୍ତି ।ଏହି ବିରଳ ସାମୁଦ୍ରିକ ପ୍ରାଣୀ ଙ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଫୋରମ କାର୍ଯ୍ୟ ମଧ୍ୟ କରୁଛନ୍ତି।ଅନରୁପ ଭାବେ ଆମ ରାଜ୍ୟ ସରକାର ମଧ୍ୟ ଅନେକ ନୀତି ନିୟମ ସହିତ କଟକଣା ମାନ ଲାଗୁକରି ଏହାର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି । ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ ଏବେ ବଙ୍ଗୋପ ସାଗର ମୁହାଁ ଏହି ବିରଳ ଅଲିଭ ରିଡଲେ କଇଁଛ।ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭୂସ୍ବର୍ଗ କୁହା ଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ଚନ୍ଦ୍ରଭଗା ଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମି ରେ ନିର୍ଭୟ ରେ ଚରାବୁଲା କରି ଅଣ୍ଡାଦାନ ପକ୍ରିୟା ଆରମ୍ଭ କରିଥାନ୍ତି। ଏହି ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ସମୟ ନଭେମ୍ବର ରୁ ମାର୍ଚ୍ଚ ମାସ ମଧ୍ୟରେ। ଏହି ପ୍ରଜାତି ର ବିରଳ କଇଁଛ ନିଜକୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ମଣୁଥିବା ବେଳେ ଅସ୍ତରଙ୍ଗ ର ଦେବୀନଦୀ ମୁହାଁଣ,ଦେବୀନାଶି, ପୁରୀ-କୋଣାର୍କ ବେଳାମାର୍ଗ ର ଚନ୍ଦ୍ରଭାଗା ଠାରୁ କୁଶଭଦ୍ରା ମୁହାଁଣ ସେମାନଙ୍କୁ ସବୁବେଳେ ଆକର୍ଷଣ କରିଥାଏ।ଯେଉଁଥି ପାଇଁ ଏହି ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପକ୍ରିୟା ପାଇଁ ସରକାର ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି।ଯେପରି ଏହି ପ୍ରଜାତିର କଇଁଛ ଙ୍କ ସମୁଦ୍ର ଗର୍ଭରେ ଏବଂ ବେଳାମାର୍ଗ ରେ କୌଣସି ଅସୁବିଧା ନହୁଏ ସେନେଇ ବନ ବିଭାଗ, ମତ୍ସ୍ୟ ବିଭାଗ ସହ ମେରାଇନ ପୋଲିସ କୁ ମଧ୍ୟ ସଜାଗ ରଖାଯାଇଥାଏ।ଯେହେତୁ ଶୀତଋତୁ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ର ଋତୁ ତେଣୁ ଏହି ସମୟ ରେ ସେମାନେ ସମୁଦ୍ର ଗର୍ଭରୁ କୂଳ ଆଡ଼କୁ ମୁହାଁଇଥାନ୍ତି। ଏଥିପାଇଁ ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଟ୍ରଲର ଓ ମେସିନ ଡଙ୍ଗା ଚଳପ୍ରଚଳ କୁ ସମ୍ପୂର୍ଣ ଭାବେ ନିଷିଦ୍ଧ କରାଯିବା ସହିତ ସମୁଦ୍ର ଉପକୂଳ ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳ ରେ ମାଛ ଧରିବା, ଟ୍ରଲର ଚଳାଇବା ବେଆଇନ ଅଟେ। ଏଥିପାଇଁ ଜୀବିକା ହରାଉଥିବା ମତ୍ସ୍ୟଜୀବୀ ମାନଙ୍କୁ ମାସିକ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ଯଦି କୌଣସି ଟ୍ରଲର ଓ ମେସିନ ଡଙ୍ଗା ର ମାଲିକ ସରକାରୀ ନିୟମ ଉଲଂଘନ କରି ଏହି ମାସ ମଧ୍ୟରେ ସମୁଦ୍ର ଗର୍ଭରେ ସମୁଦ୍ର କୂଳରୁ ସମୁଦ୍ର ମଧ୍ୟକୁ ୫ କିଲୋମିଟର ପରିଧି ମଧ୍ୟରେ ଟ୍ରଲର ଚଲାନ୍ତି ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କଡା ନିୟମ ରହିଛି।ମାତ୍ର ଗୋଟିଏ ପଟେ ସରକାରୀ ନିର୍ଦ୍ଦେଶ ନାମା ମୁତାବକ ଟ୍ରଲର ଚଳାଚଳ ଉପରେ ନିସିଦ୍ଧାଞ୍ଚଳ ରେ କଟକଣା ଲାଗୁ ହୋଇଥିବା ବେଳେ ଅନ୍ୟପଟେ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ଠାରେ ସମୂଦ୍ରକୂଳ ଠାରୁ ମାତ୍ର ୧ କିମି ଭିତରେ ଶହ ଶହ ସଂଖ୍ୟା ରେ ଟ୍ରଲର ଦିନ ଦ୍ଵିପ୍ରହର ରେ ଚଳା ଚଳ କରି ମାଛ ଧରୁଥିବା ନଜରକୁ ଆସିଛି। ଜାତୀୟ ରାଜପଥ ରାସ୍ତା ଉପରେ ସମସ୍ତ ଙ୍କୁ ଦେଖାଯାଉଥିବା ଭଳି ସମୁଦ୍ର (ଅତି ନିକଟ) ରେ ଚଳାଚଳ କରି ମାଛ ମାରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଜାଣି ନଜାଣିଲା ପରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିଷ୍କ୍ରିୟ ରହୁଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିରଳ ଅଲିଭ ରିଡ଼ଲେ କଇଁଚ ଙ୍କ ବଂଶ ଲୋପ କରିବାରେ ବେଆଇନ ଟ୍ରଲର ଚଳାଚଳ ଏକ କାରଣ ପାଲଟିବାକୁ ଯାଉଥିବାରୁ ପରିବେଶ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।ଏବେ ଏହି ବେଆଇନ ଟ୍ରଲର ଚଳାଚଳ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ ସାଜିଛି କାଳ।ଟ୍ରଲର ରେ ମାଡ଼ ହୋଇ, ଏହାର ଜାଲ ରେ ଛନ୍ଦି ହୋଇ ଶତାଧିକ କଇଁଚ ମରି ସମୂଦ୍ର କୁଳରେ ଲାଗୁଥିବା ଦେଖିବାକୁ ମିଳୁଛି। ସରକାର ଙ୍କ ପକ୍ଷରୁ ଏହି କଇଁଚ ମାନ ଙ୍କ ବଂଶ ସୁରକ୍ଷା ଦିଗରେ ବିଭାଗୀୟ ଅଧିକାରୀ ମାନେ ଯଦି ଏପରି ମନମୁଖୀ କାର୍ଯ୍ୟ କରନ୍ତି ତାହାହେଲେ ଖୁବ ଅଳ୍ପଦିନ ପରେ ଏହି ଅଲିଭ ରିଡ଼ଲେ କଇଁଚ ଙ୍କୁ ଆଉ କେବେ ବି ପୁରୀ ଜିଲ୍ଲା ଉପକୂଳରେ ଦେଖିବାକୁ ମିଳିବନି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ର ଯୁବ ପରିବେଶବିତ ସରୋଜ କୁମାର ଜେନା ଓ ଅସ୍ତରଙ୍ଗ ର ପରିବେଶବିତ ସୌମ୍ୟରଂଜନ ବିଶ୍ୱାଳ ଓ ବିଚିତ୍ରାନନ୍ଦ ବିଶ୍ବାଳ ଯେଉଁମାନେ ସାମୁଦ୍ରିକ କଇଁଚ ଙ୍କ ସୁରକ୍ଷା କୁ ନେଇ ଦୀର୍ଘ ଦିନହେବ ତାଙ୍କର ସଂଗ୍ରାମ ଜାରି ରଖିଛିନ୍ତି ଏହି ବିରଳ କଇଁଚ ଙ୍କ ସୁରକ୍ଷା କୁ ନେଇ ଘୋର ଚିନ୍ତା ପ୍ରକଟ କରିବା ସହିତ ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନିସିଦ୍ଧାଞ୍ଚଳ ରେ ବେଆଇନ ଭାବେ ଚଳାଚଳ କରୁଥିବା ଓ ମାଛ ମାରୁଥିବା ଟ୍ରଲର ଓ ମେସିନ ଡଙ୍ଗା ଗୁଡିକୁ ଜବତ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ