ବିବାଦ ପାଇଁ ତିର୍ତ୍ତୋଲ ବ୍ଲକ ଅଂଚଳରେ ହୋଇପାରିଲାନି କି ବିଜେଡିର ଜନସମ୍ପର୍କ ଯାତ୍ର

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡ଼ି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଠାରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ସରକାରଙ୍କ ଯୋଜନାର ସଫଳ ରୂପାୟନର ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ଏହାର ବ୍ୟତିକ୍ରମ ତିର୍ତ୍ତୋଲ ବ୍ଲକରେ ଦେଖିବାକୁ ମିଳିଛି । ଦେଢ଼ ମାସ ଧରି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ମଧ୍ୟ ତିର୍ତ୍ତୋଲ ବ୍ଲକର କୌଣସି ଜୋନରେ ପଦଯାତ୍ରା ହୋଇ ପାରିନାହିଁ । ଯାହା ତିର୍ତ୍ତୋଲ ବ୍ଲକରେ ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦା ରେ ପକାଇଛି ।ସ୍ଥାନୀୟ ଅଞ୍ଚଳରେଏବେ ବିଜେଡି ଦଳର ସ୍ଥିତି କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଧାୟକ ତିର୍ତ୍ତୋଲ ଅଞ୍ଚଳକୁ ଅଣଦେଖା କରୁଥିବା ବେଳେ ଗୋଷ୍ଟି ସୃଷ୍ଟି କରି ନବୀନ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଜନସମ୍ପର୍କ ପଦଯାତ୍ରା କରିବାକୁ ଭୁଲିଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।ଏଭଳି ବ୍ୟତିକ୍ରମ ପାଇଁ ଦଳୀୟ କତ୍ତୃପକ୍ଷ କଣ କରୁଛନ୍ତି ତାହା ଦେଖିବାକୁ ଵକୀ ରହିଲାବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ