ତିର୍ତୋଲ ରେ ଓୟୁଜେ ପକ୍ଷରୁ ପ୍ରେସ ଦିବସ ପାଳିତ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲସ୍ଥିତ ନିଶାମଣିସରଣୀଠାରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ଆନୁକୂଲ୍ୟରେ ଓ ତିର୍ତ୍ତୋଲ ବ୍ଲକ ସାମ୍ବାଦିକ ୟୁନିଅନ ସହଯୋଗରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତିର୍ତ୍ତୋଲ ବ୍ଲକ ସାମ୍ବାଦିକ ୟୁନିଅନର ସଭାପତି ଶ୍ରୀକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ସମ୍ନାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା କଟକ ଦୁଗ୍ଧ ସେବା ସମବାୟ ସଙ୍ଘ ସଭାପତି ଆର୍ତ୍ତତ୍ରାଣ ପତି ଯୋଗଦେଇ ରାଜ୍ୟରେ କାମ କରୁଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ରାଜ୍ୟ ସରକାର ଏ ଦିଗରେ ଯଥାଶିଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଅନ୍ୟତମ ଅତିଥିଭାବେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ଶୁଭଙ୍କର ଜେନା ଓ ସମ୍ପାଦକ ଜ୍ୟୋର୍ତି ରଞ୍ଜନ ପରିଡା ଯୋଗଦେଇ ରାଜ୍ୟ ସରକାର ଯଥାଶିଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ , ସାମ୍ବାଦିକ ବିମାରାଶି ବୃଦ୍ଧି ଓ ପେନସନ ପ୍ରଣୟନ କରିବାକୁ ଦାବି କରିଥିଲେ । ବରିଷ୍ଠ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗୌରାଙ୍ଗ ଚରଣ ସ୍ବାଇଁ ,ଶ୍ରୀବତ୍ସ ପାଢ଼ୀ ,ଉପେନ୍ଦ୍ର ମହାନ୍ତି , ଯଦୁମଣି ସାହୁ ,ପ୍ରତାପ କୁମାର ସିଂହ , ବାବୁଲି ଚନ୍ଦ୍ର ଦାସ ,ନାଲିନିକାନ୍ତ ମଲ୍ଲିକ ,କେଶବ ପଣ୍ଡା ,ସ୍ୱାଗତ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଜାତୀୟ ପ୍ରେସ ଦିବସର ତାର୍ପଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେବ। ଶେଷରେ ସୁଶୀଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ