୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ :ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ
ଫୁଲବାଣୀ, (ସୁନୀଲ କୁମାର ବେହେରା):୧୬ନଭେମ୍ବର ଆଜି ହେଉଛି ଜାତୀୟ ସାମ୍ବାଦିକ ଦିବସ l ଏହି ଅବସରରେ ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀ ଠାରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ଆଲୋଚନାଚକ୍ର “ଜନତାର ସ୍ଵରକୁ ଶାଣିତ କରିବା କ୍ଷେତ୍ରରେ ଗଣମାଧ୍ୟମର ମୁକ୍ତ ନିରପେକ୍ଷ ଭୂମିକା” ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ବକ୍ତା ଭାବେ ଡଃ ଅରୂପ କୁମାର ଜେନା ଯୋଗଦେଇ ଗଣତନ୍ତ୍ରର ଜଗୁଆଳ ହେଉଛି ସାମ୍ବାଦିକ l ସାମ୍ବାଦିକଙ୍କ ମଧ୍ୟରେ ଏକତା ଜରୁରୀ, ରିହାତି ମୂଲ୍ୟରେ ବିଭିନ୍ନ ରୁଣ ପ୍ରଦାନ କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି କହିଥିଲେ ତେବେ ଯାଇ ସାମ୍ବାଦିକ ନିରପେକ୍ଷ ହୋଇ ପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ସାମ୍ବାଦିକ ଅଶୋକ ପରିଡା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ବକ୍ତବ୍ୟ ରଖିଥିଲେ l ସାମ୍ବାଦିକ ସୁନୀଲ ବିଶ୍ଵାଳ କନ୍ଧମାଳ ଜିଲ୍ଲାରେ ସାମ୍ବାଦିକଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ମଧ୍ୟରେ ଯୋଉ ସବୁ ସୁବିଧା ସୁଯୋଗ ରହିଛି ସମସ୍ତେ ଯେପରି ପାଇ ପାରିବେ ସେ ନେଇ ସମସ୍ତ ସାମ୍ବାଦିକ ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ସାମ୍ବାଦିକ ଶିବ ତ୍ରିପାଠୀ ଗ୍ରାମାଞ୍ଚଳରେ ସାମ୍ବାଦିକ ଅବହେଳିତ ଅବସ୍ଥାରେ ରହିଛନ୍ତି ସେମାନ ଙ୍କୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ l ସାମ୍ବାଦିକ ସଦାଶିବ ପାତ୍ର ସାମ୍ବାଦିକ ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କଲେ ସାମ୍ବାଦିକଙ୍କ ଅଭିଜ୍ଞତା ବଢିବ ବୋଲି ମତ ରଖିଥିଲେ l ପ୍ରକାଶ ଥାଉ କି ଏକ ମୁକ୍ତ ଏବଂ ଦାୟିତପୂର୍ଣ୍ଣ ପ୍ରେସକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ନଭେମ୍ବରରେ ଏହି ଦିନ ପାଳନ କରାଯାଏ l ଏହି ଦିନ ହିଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ନୈତିକ ୱାଚଡଗ୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲା ଯେ ପ୍ରେସ୍ ଉଚ୍ଚ ମାନର ବଜାୟ ରଖେ ଏବଂ କୌଣସି ପ୍ରଭାବ କିମ୍ବା ଧମକ ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ।୧୯୯୭ ମସିହାରୁ, ପରିଷଦ ପ୍ରାସଙ୍ଗିକ ଥିମ୍ ସହିତ ସେମିନାର ମାଧ୍ୟମରେ ଏକ ମହତପୂର୍ଣ୍ଣ ଦିନକୁ ସ୍ମରଣ କରାଯାଉଛି l ଏହି ଅବସରରେ ପ୍ରେସ କ୍ଲବର ଅତିରିକ୍ତ ଗୃହର ପ୍ରଥମ ମହଲା ପାଇଁ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ଭୀତି ପ୍ରସ୍ତର ସ୍ଥାପନ କରିଥିଲେ l ପ୍ରେସ କ୍ଲବର ସମସ୍ତ ସଦସ୍ଯ ଏବଂ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ପ୍ରେସ କ୍ଲବ ପକ୍ଷରୁ କଲମ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l


