ପ୍ରମାଣ ଅଭାବରୁ ଅଭିଯୁକ୍ତ କୁ ନିର୍ଦ୍ଦୋଷରେ ଖଲାସ

ଫୁଲବାଣୀ, (ସୁନୀଲ କୁମାର ବେହେରା):ଫୁଲବାଣୀ ଜିଲ୍ଲା ଦୌରାଜଜ ବିଚାରପତି ଶିତିକଣ୍ଠ ସାମଲ ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୧୫ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ଜଗଦୀଶ ସାହାଣୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବାନାର୍ଜୀ ଓ ନିହାରିକା ପାତ୍ର ପରିଚାଳନା କରୁଥିଲେ । ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୩୦/୦ ୬/ ୨୦୧୬ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଓ ତାଙ୍କ ଟିମ କୌଣସି ସୂତ୍ରରୁ ଖବର ପାଇ ବୈରିକୁମ୍ପା ଛକରେ ଜଗି ରହିଥିଲେ l ଏହି ସମୟରେ ସେହି ରାସ୍ତା ଦେଇ ଦୁଇଟି ଚାରି ଚକିଆ ଯାନ ଯଥା ଓ ଡି ୦୨- ଭି – ୦୦୫୩ ଧଳା ରିଟିଅସ ଓ ଓ- ଆର-୦୭-କେ- ୯୪୨୪ ସୁମୋକୁ ସନ୍ଦେହରେ ଅଟକାଇ ତନଖି ନେବାରୁ ୩ କୁଇଣ୍ଟାଲ ୨୬ କେଜି ଓଜନର ଗଞ୍ଜେଇ ଉକ୍ତ ଦୁଇଟି ଗାଡିରୁ ବରାମତ ହୋଇଥିଲା l ଗାଡି ଚାଳକ ଅଭିଯୁକ୍ତ ଜଗଦୀଶ ସାହାଣୀକୁ ଗିରଫ କରିବା ସହ ଅନ୍ୟ ୫ ଜଣଙ୍କୁ ମଧ୍ଯ ଫିରିଙ୍ଗିଆ ପୋଲିସ ଗିରଫ କରି ଏକ ମାମଲା ୭୯/୧୬ ଏନ୍ ଡି ପି ଏସ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତ ମାନଙ୍କୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ