ମିଳିତ ଶିକ୍ଷକ ମହାସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ମାରକପତ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନୂତନ ପେନସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ପୂରଣ ପାଇଁ ରାଜ୍ୟ ମିଳିତ ଶିକ୍ଷକ ମହାସଂଘ ଆସନ୍ତା ୨୭ ତାରିଖରୁ ବିଧାନସଭା ଆଗରେ ଆନ୍ଦୋଳନ ଡାକରା ଦେଇଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ରାଜ୍ୟର ସମସ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କୁ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ରେ ମଧ୍ୟ ୩୦୦ ରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ବେଲଗୁଣ୍ଠା ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ଶିକ୍ଷକ ମହାସଂଘ ସଭାପତି ବସନ୍ତ ଜେନାଙ୍କ ନେତୃତ୍ୱରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମହାସମାବେଶ କରି ତିନି ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଏହି ସ୍ମାରକପତ୍ର ପତ୍ରରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଠିକା ନିଯୁକ୍ତି ଉଚ୍ଛେଦ ସହ ଛଅ ବର୍ଷ ଠିକା ସମୟକୁ ମୂଳ ଚାକିରି ସହ ଗଣନା, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ୍ ଯୋଜନା ଲାଗୁ ପାଇଁ ଦାବି ଉଲ୍ଲେଖ ରହିଛି I ଆଜିର କାର୍ଯ୍ୟକ୍ରମକୁ ସଂଘ ସଭାପତି ବସନ୍ତ ଜେନାଙ୍କ ସମେତ ଉପସଭାପତି ନିକୁଞ୍ଜ ନାୟକ,ଗୌର ଚନ୍ଦ୍ର ପରିଡ଼ା, ସ୍ନେହଲତା ପତି,ସମ୍ପାଦକ ରମେଶ କୁମାର ପାଣିଗ୍ରାହୀ,ଯୁଗ୍ମ ସମ୍ପାଦକ ଶିଶିର କୁମାର ସ୍ଵାଇଁ, ସୁଧୀର କୁମାର ଦାସ, ବାଳକୃଷ୍ଣ ପରିଡ଼ା,କୋଷାଧ୍ୟକ୍ଷ ଶଙ୍କର ନାରାୟଣ ସେଠୀ, ରାଜେନ୍ଦ୍ର କୁମାର ଜେନା, କାର୍ଯ୍ୟକାରିଣୀ ସଦସ୍ୟ ଅଚ୍ୟୁତ ବ୍ରହ୍ମା,ମନୋଜ ପଟ୍ଟନାୟକ,ଶଲ୍ୟ ସିଅ, ନରେଶ ବ୍ରହ୍ମା, ଉପଦେଷ୍ଟା ଶିତଳ ପ୍ରସାଦ ଜେନା,କାର୍ତ୍ତିକେୟ ସେଠୀ,ମନୋରଞ୍ଜନ ବିଷୋୟୀ,ଭାସ୍କର ଗୌଡ଼, ପ୍ରଦୀପ କୁମାର ମାହୁନ୍ତ,ବଲ୍ଲଭ ପଣ୍ଡା,ଛାୟାକାନ୍ତ ମହାପାତ୍ର ଏବଂ ମିଡ଼ିଆ ସମ୍ପାଦକ ରବୀନ୍ଦ୍ର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ I ଏହି ଅବସରରେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆନ୍ଦୋଳନରେ ବ୍ଲକ୍ ସମସ୍ତ ଏନପିଏସ୍ ଶିକ୍ଷକ ଶିକ୍ଷୟିତ୍ରୀ କିପରି ଯୋଗ ଦେବେ ସେ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ