ଯୁବ ରେଡକ୍ରଶ ତରଫରୁ ବିଶ୍ଵ ଏଡସ ଦିବସ ପାଳିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରଶ ତରଫରୁ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଏକ ଶୋାଯାତ୍ରା କଲେଜ ପରିସରରୁ ବାହାରି ପାଟପୁର ଗାନ୍ଧୀ ଛକ ପ୍ରଯ୍ୟନ୍ତ ପରିକ୍ରମା କରିଥିଲେ। ସ୍ବେଚ୍ଛାସେବୀ ମାନେ ପ୍ଲାକାର୍ଡ ମାଧ୍ୟମରେ ଏଡସ ଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ବାସିଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଯୁବରେଡକ୍ରଶର ପରାମର୍ଶ ଦାତା ଅଧ୍ୟପକ ବିଜୟ ଚନ୍ଦ୍ର ପ୍ରଧାନ, ସହପରାମର୍ଶଦାତା ସୁରେନ୍ଦ୍ର ସବର ଏବଂ ସହ ଅଧ୍ୟପିକା ସଜୀବନୀ ସୁଦ୍ଧା ଜେନା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଶୋଭାଯାତ୍ରାରେ ଆକାଶ ପାଢ଼ୀ ଏବଂ ଯୁବରେଡକ୍ରଶ ସ୍ବେଚ୍ଛାସେବୀ ଛାତ୍ର ପାପୁନ, ଦୀପକ, ଶଙ୍କର ଏବଂ ଅନ୍ୟ ମାନେ ପ୍ରଭୁତି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ