ଗଞ୍ଜାମ ଏନଏଏସି ପକ୍ଷରୁ ସ୍ଵଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ବ୍ରାଣ୍ଡ ଆମ୍ବସୋଡ଼ାର ହେଲେ ହାସ୍ୟା ଅଭିନେତା ପ୍ରତିରଞ୍ଜନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡୁଡ଼ା -ପିଡ଼ି- ସଚ୍ଚିଦାନନ୍ଦ ନାୟକ, , ଗଞ୍ଜାମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ,,ବିଇଓ ଭାଗିରଥି ବେହେରା, ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ।ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ପି.ଚନ୍ଦ୍ର ଶେଖର, ସଂଯୁକ୍ତା ଦାସ, ରୀନା ମହାରଣା, ସୁଜାତା ମହାନ୍ତି, ସବିତା ବେହେରା, ମହାଲକ୍ଷ୍ମୀ ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତୀ ବିଦ୍ୟା ପୀଠର କ୍ରୀଡା ଶିକ୍ଷକ , ତଥା ବିଶିଷ୍ଟ ହସ୍ୟ ଅଭିନେତା , ସଙ୍ଗୀତଙ୍ଗ , ଗୀତିକାର ପ୍ରୀତିରଞ୍ଜନ ପ୍ରଧାନ, ବ୍ରାଣ୍ଡ ଆମ୍ବାସୋଡାର ଭାବେ ଘୋଷଣା କରାଯାଇଥିଲା l ଏହି ଅବସରରେ ସଫେଇ କର୍ମଚାରୀ ମାନଙ୍କୁ ଶୀତ ବସ୍ତ୍ର ଓ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କୁ ଆର୍ଥିକ ଋଣ ପ୍ରଦାନ କରାଯାଇଥିଲା l ଏହାକୁ ଏନଏସିର ସିଏମ୍ଏମ୍ ଭାଗ୍ୟଶ୍ରୀ ନାୟକ, ସିଓ -ସ୍ୱପ୍ନା ରାଣୀ ମହାପାତ୍ର, ପରିମଳ ବିଶେଷଜ୍ଞ ସୁମିତ ବେହେରା, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ବିଷୁ ପ୍ରିୟା ସାବତ ଓ ବିପିନ ବାରିକ ସତ୍ୟବାଦୀ ବାରିକି, ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ , ଏନଏସି କର୍ମଚାରୀ ମାନେ କାର୍ଯ୍ୟକ୍ରମ ସହଯୋଗ କରିଥିଲେ l ଏଥିରେ , ମହାବିଦ୍ୟାଳୟର ବିଦ୍ୟାର୍ଥୀ , ସ୍ୱୟଂ ସାହାୟିକା ମହିଳା ମାନେ ଉପସ୍ଥିତ ରହିଥିଲେ l


