ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ପଚିଶିତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ପଚିଶିତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟନ ହୋଇଯାଇଛି I ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଉଦ୍‌ଘାଟକ ରୂପେ ଯୋଗ ଦେଇ ପତାକା ଦେଖାଇ ଏହି କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଉପସ୍ଥିତ ରହି ଶିଶୁ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ, ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ,ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ, ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଜୀବନ ପାଇଁ କ୍ରୀଡାର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଆଜି ପ୍ରଥମେ ଛାତ୍ରଛାତ୍ରୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିରରୁ ଆଶୀର୍ବାଦ ଭିକ୍ଷା କରି ମଶାଲ ଆଣିବା ପରେ ବିଦ୍ୟାଳୟ ପରିସରରେ ଛଅଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କ୍ରୀଡ଼ା ଶିକ୍ଷକ ଦେବାଶିଷ ବିଷୋୟୀ ଏବଂ ମିଥୁନ୍ ନାଇକ କାର୍ଯ୍ୟକ୍ରମକୁ ସଂଯାଜନା କରିଥିଲେ I ସେହିପରି ଦୌଡ଼ ପ୍ରତିଯୋଗିତାକୁ ଶିକ୍ଷକ ଗଣେଶ ସାହୁ,ପବିତ୍ର ମୋହନ ବିଷୋୟୀ,ସୁଜାତା ସାହୁ, ଗୋଲିଚାମଚ ପ୍ରତିଯୋଗିତାକୁ ବିଶ୍ୱରଞ୍ଜନ ସେଠୀ, ପ୍ରତିମା ବିଷୋୟୀ,ସଟ୍ ପୁଟ୍ ପ୍ରତିଯୋଗିତାକୁ ମିତାଲି ବିଷୋୟୀ, ସୁବାଷିନୀ ଗୌଡ଼, ସଙ୍ଗୀତଚଉକି ପ୍ରତିଯୋଗିତାକୁ ସନ୍ତୋଷିନୀ ଗୌଡ଼, ତେଜ୍ କୁମାରୀ ବେହେରା,ଡି ରୁପାଲି ଆଚାରୀ, ଲମ୍ବଡ଼ିଆଁ ପ୍ରତିଯୋଗିତାକୁ ସୁଜ୍ଞାନୀ ପଟ୍ଟନାୟକ,ରୀନା କୁମାରୀ ସାହୁ,ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଲିପୁ ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ I ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବାକୁ ଥିବାବେଳେ ଆସନ୍ତା ୧୭ ତାରିଖରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ I ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ