ଲଭର୍ସ ପଏଣ୍ଟ ନଦୀରେ ଦୁଇ ପର୍ଯ୍ୟଟକ ବୁଡିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଲଭର୍ସ ପଏଣ୍ଟ ଡଡୁବାଡ଼ା ନଦୀରେ ପୁରୀରୁ ଆସିଥିବା ଦୁଇ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ନଦୀରୁ ୨ଜଣଙ୍କୁ ଉଦ୍ଧାର କରିଥିଲେ। ସୂଚନା ମୁତାବକ, ରବିବାର ଥିବାରୁ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ପୁରୀରୁ କିଛି ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଡଡୁବାଡ଼ା ଲଭର୍ସ ପଏଣ୍ଟ ବୁଲିବାକୁ ଆସିଥିଲେ। ସେଠାରେ ଭୋଜି ଭାତରେ ମସଗୁଲ ଥିବାବେଳେ ୨ ଜଣ ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଅଧିକ ଗଭୀର ଥିବା ଯୋଗୁ ଦୁହେଁ ବୁଡ଼ି ଯାଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଖବର ପାଇ ଦାରିଙ୍ଗବାଡି ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ତେବେ ଦୁଇ ପର୍ଯ୍ୟଟକଙ୍କ ସେଭଳି କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ